Read Time:1 Minute, 51 Second
ଏସନ ତ
ପାଗକୁ ଖାପ ଖୁଆଇ
ଲାଉଗଛ ଭଲ ବଢ଼ିଥିଲା
ଡଙ୍କ ଟୁଙ୍ଗାରି
ଛୁଇଁ ଥିଲା ଛପର ଛାତକୁ
ଧଳା ଧଳା ଫୁଲ ପାଖୁଡାରେ
ଗୁଞ୍ଜି ଦେଇଥିଲା
କେତେ କେତେ ଆଶାର ଆଡମ୍ବର ..ll
କେମିତି ବା ନ ବଢିବ
ନ ଛୁଇଁବ ଛାତ
ସ୍ନେହ ,ସରାଗ ତ …
ସ୍ୱର୍ଗ ସୁଖର ସମର୍ପଣ
ନିଷ୍ଫଳ ମନରେ ତ୍ୟାଗ ସୃଷ୍ଟିର ସଂରଚନା
ଆଉ ବୁଢ଼ୀମା ତ
ସରାଗର କୁହୁକ ଟିଏ …ll
ନୂଆଁଣିଆ ଅଣ୍ଟାକୁ ସମ୍ଭାଳି
ପୋତି ଦେଇଥିଲା ଲାଉ ମଞ୍ଜିକୁ
କହୁ କହୁ କହି ଦେଇଥିଲା
ବହେ ଲାଉ ରାଇତା ଖାଇବ,
ଲାଉ ପିଠା ଖାଇବ
ହେଲେ ,ଏଠି ଆଶା ,ଇଚ୍ଛା ସବୁ
ଭ୍ରାନ୍ତି ର ସଂରଚନା ରେ ..
ସେ ବୁଢୀମା ନାହିଁ କି
ଲାଉ ଗଛ ନାହିଁ ……….ll
ନବ କୁମାର ଦାସ
ସୁରଡ଼ିହା ,ବାଲିଆପାଳ ,ବାଲେଶ୍ୱର
Readers Interaction