ହେ,
ଆମ୍ଭେ,
ପାଇଛେ,
ଶ୍ରେଷ୍ଟ ଜନ୍ମ,
ମଣିଷ ହୋଇ,
ବ୍ରହ୍ମାଙ୍କ ସୃଷ୍ଟିର,
ଶ୍ରେଷ୍ଠତା ଅଟେ ଏହି,
ଦୟା,ଧର୍ମ,ସ୍ନେହ,କ୍ଷମା,
ଦେଇଛି ସୃଷ୍ଟି କରତା ଯେ,
ତା ଠାରେ ଭରତି କରିଦେଇ।
ହେ,
କିନ୍ତୁ,
ମଣିଷ,
ସ୍ୱାର୍ଥପର,
ହୋଇ ଯାଇଛି,
ମଣିଷ ପଣିଆ ,
ତା ଠାରେ ଆଜି ସେହି,
ସମ୍ପୂର୍ଣ ଭୁଲି ଯାଇଛି,
ଅନ୍ଧ ହୋଇ ସ୍ବାର୍ଥରେ ସିଏ,
ପର କରେ ଆତ୍ମୀୟ ମାନଙ୍କୁ।
ସେ,
ପରା,
ଆଦରି,
ନେଇଅଛି,
ନିଜର କରି,
ଧନ ଦୌଲତ କୁ,
ଭୁଲିଛି ନିଜ ଧର୍ମ,
ସ୍ବାର୍ଥ ପାଇଁ ଆଜି ସିଏ
କରି ଯାଉଛି ସଂସାରରେ,
ଆଶାତୀତ ଯେ ଅପକରମ।
ସେ,
ପିଏ,
ଭାଇର,
ରୁଧିରକୁ,
ସମ୍ପତ୍ତି ପାଇଁ,
କରେ ଅତ୍ୟାଚାର,
ଭଉଣୀ ଠାରେ ସତେ,
ଅସ୍ତିତ୍ବ ସବୁ ଭୁଲି ଯାଇ,
କାମ ତୃଷ୍ନାରେ ଅନ୍ଧ ହୋଇ, ରାକ୍ଷସର ପରିଚୟ ଦେଇ।
ସେ,
ପରା,
ଚାହୁଁଛି,
ସ୍ବାର୍ଥ ଟିଏ,
ତା ଆଗେ ତୁଚ୍ଛ,
ଦୁନିଆର ସବୁ,
ପିତା ମାତା ତାହାର,
ବୃଦ୍ଧ ହୋଇଗଲା ପରେ,
ପାଶେ ରଖିବା ମଣିଷ ଯେ
ଅମର୍ଯ୍ୟଦା ବୋଲି ସିଏ ଭାବେ।
ସେ,
ନେଇ,
ରଖାଇ,
ବୃଦ୍ଧାସ୍ରମେ,
ଦାୟୀତ୍ବ ଦେଇ,
ଆଶ୍ରମ ହାତରେ,
ଆଭିଜାତ୍ୟର ପରା,
ପ୍ରତୀକ ହୋଇଛି ଆଜି,
ବୃଦ୍ଧ ପିତା ମାତା ଆନନ୍ଦ,
ରହି ବୃଦ୍ଧଙ୍କ ମେଳ ଭିତରେ।
ହେ,
ଭାଇ,
କରିବା,
ବିଚାର ଟି,
ମନୁଷ୍ୟତା କି,
ମଣିଷର ଏହି,
ଈଶ୍ୱର ଦତ୍ତ ସବୁ,
ମନୁଷ୍ୟ ର ଗୁଣ ସବୁ,
ନିଜ ପାଶୁ ଦୂରେଇ ଦେଇ,
ନିଜେ ସ୍ବାର୍ଥ ରେ ଅନ୍ଧଟି ହୋଇ।
ପ୍ରସନ୍ନ କୁମାର ସାହୁ
ବ୍ରହ୍ମପୁର,ଗଞ୍ଜାମ,ଓଡ଼ିଶା।
Readers Interaction