Read Time:2 Minute, 4 Second
ବିଦାଇ ଦିଅହେ ଝିଅକୁ ମୋହର
ସିଏ ଯିବ ଶାଶୁଘର
ସୁଖ ଦୁଃଖ ସବୁ ବାପ ଘରେ ଛାଡି
ଗଢ଼ିବ ନୂଆ ସଂସାର |1
ଅଳି ଅର୍ଦ୍ଧଳିତା ମନେତ ପଡିବ
ଖାଇ ବସିଥିଲେ ଯେବେ
ସୁନ୍ଦର ଆଖିତା କେତେ କଥା କହେ
କାନ୍ଥକୁ ଆଉଜି ଭାବେ |2
କନ୍ୟା ଦାନ ଯିଏ କରିଥିବ ହାଏ
ମିଳିବ ସୁଖ ନଅର
ସବୁ ଠାରୁ ସୁଖ ଭାଗ୍ୟରେ ତ ଥିଲେ
ମିଳେ ସେନେହ ଝିଅର |3
ଝିଅକୁ ମାରନି ଜନ୍ମ ହେଲା ପରେ
ଘରର ଲକ୍ଷ୍ମୀ ସିଏତ
ପୁଅ ପରି ପୁଣି ସାରା ଦୁନିଆରେ
ଟେକ ସିଏ ରଖିବତ |4
ସମାଜକୁ ମୋର ଏଇ ବାର୍ତ୍ତା, କେବେବି କନ୍ୟା ଭୃଣ ହତ୍ୟା ନକରନ୍ତୁ | କାରଣ ଝିଅ ହେଉଛି ଘରର ଲକ୍ଷ୍ମୀ ଏବଂ ଝିଅ ହିଁ ବୃଦ୍ଧା ଅବସ୍ଥାରେ ବାପ ମାଆ ଙ୍କୁ ସାହାରା ହେବେ, ଧନ୍ୟବାଦ
ଶ୍ରୀକାନ୍ତ ବେହେରା
ଯାଜପୁର, ବରୀଅଲିପୁର
ଭବାନୀପୁର
Readers Interaction