ତୁମେ ଯେତେବେଳେ
ଭିଜୁ ଥିଲ ନିଝୁମ ବର୍ଷାରେ
ତୁମ ଭିଜା ଶାଢ଼ୀର ଭିତରେ
ଜଳୁଥିଲା ଯୌବନର
ଲେଲିହାନ ଅଗ୍ନିର ଶିଖା
ଝଲସି ଗଲା
ମୋ ଦୁଇଟି ଆଖି
ଥରିଗଲା ମୋର ବ୍ୟଥିତ ଜୀବନ
ଆପଣାର ପାଇଁ ଦୌଡ଼ି ଗଲି
ବନ୍ଧୁବାନ୍ଧବ ସାଙ୍ଗସାଥୀ ସହ
ତୁମ ହାତକୁ ଧରି ନେଲି,
ହାତ ଗଣ୍ଠି ବେଳେ
ସୁଲୁସୁଲୁ କଲି
ତୁମର ହାତର ପାପୁଲି,
କଉଡ଼ି ଖେଳ ବେଳେ
ହଳଦୀ ପାଣିର ଭିତରେ
ହାତର ସ୍ପର୍ଶ ।
ତୁମ ପାଇଁ ଅଲତା ନାଇଲି
ମୋର ଦୁଇଟି ପାଦରେ,
କଜ୍ଜଳ ମାଖିଲି ମୋର
ଅପେକ୍ଷାରତ ଦୁଇଟି ଆଖିରେ,
ରାଜା ବେଶରେ
ବାଜା ବଜାଇ
ନାଟ ଗୀତ ଗାଇ ଗାଇ
ତୁମ ହୃଦୟ ଜିଣିଲି
ସାଇତି ରଖିଲି
ମୋର ହୃଦୟ ଭିତରେ ।
ଠିକ୍ ଆଜି ଦିନର
ଏକତିରିଶ ବର୍ଷ ତଳେ
ଦୁଇ ଆତ୍ମା ଏକ ହେଲା
ତୁମେ ହୋଇଗଲ
ମୋର ଅର୍ଦ୍ଧାଙ୍ଗିନୀ ସେହି ସମୟରେ
ଆଉ
ବାନ୍ଧି ହୋଇଗଲା
ସାତ ଜନ୍ମ ଯାଏଁ ସମ୍ପର୍କ
ତୁମର ମୋହର ।
ଗଗନ କୁମାର ଦାଶ
ଶୁଭଙ୍କର ନିବାସ
ମାଁ ମାଣିକେଶ୍ଵରୀ ସାହି
ମୋହନା, ଗଜପତି-୭୬୧୦୧୫
Readers Interaction