ଆହେ କଳାକାହ୍ନୁ – ମୃତ୍ୟୁଞ୍ଜୟ ଦାସ

Views: 38
0 0
Read Time:1 Minute, 54 Second

ମୁଁ ଘରକୁ ଯାଉଛି
ଗଲେ ଥୁଣ୍ଟା କଲମ ଖଣ୍ଡିକ
ଯାହା ଗାରେଇବ ତାକୁ
କେହି କିଛି ଭାବିବେନି..
କଣ କରିବି ଯେ..
ସଂସ୍କାରୀ ସଂସାରୀ ହେଲେ
ଏମିତିକା ହେବାକୁ ପଡେ l
ତ୍ୟାଗୀ ତ ନୁହେଁ ତଥାପି
ତମକୁ ଭୁଲି ପାରିବିନି
ହେ ନନ୍ଦ ଦୁଲାଳ…
ଟିକିଏ ମୁରଲୀ ବଜାଉନ..
ଧେନୁ ହୋଇ ମୁହିଁ
ଡେରିଛି କର୍ଣ୍ଣ… ll
ହେଇ ଦେଖ ହେ କାଁହୁ
ବସନ୍ତ ଆସିଛି ବୋଲି
ଗୋପିମାନେ ସଜ ହେଲେଣି..
ଅଳତା ଲଗେଇ ଘୁଙ୍ଗୁର ପିନ୍ଧି
କାଁହ୍ନୁ କାହ୍ନୁ ପରା ଡାକିଲେଣି..
ତମରି ଛନ୍ଦରେ ବଇଁଶୀ ଶୂରରେ..
ସତେ ମୂଉ ନାଚି ପାରିବିକି??
ଅନୁରୋଧ ମୋର ରଖିବୁ କାଁହ୍ନୁ…
ଆର ଜନମେ ମୋତେ
ଗୋପୀ କରିବୁ କି??

ମୃତ୍ୟୁଞ୍ଜୟ ଦାସ..
ଶ୍ରୀକ୍ଷେତ୍ର ପୁରୀ..
ଜୟ କଳା କାହ୍ନୁ
ଜୟ ଜଗନ୍ନାଥ ll

Share this :
Next Post

TIMELESS MEMORIES! - Dr.prasana Kumar Dalai

Not sure if know this.. But when we first met., I got so nervous,I couldn’t speak In the very moment… I found the one and my life had found its missing piece…so as long as I live… Will heaven hold you? You look so beautiful in white.. And from now […]

Subscribe US Now