କୃଷକ – ଦୀପ୍ତି ରାଣୀ ସିଂ

Views: 17
0 0
Read Time:1 Minute, 26 Second

ମୁଠାଏ ସପନ ମୁଣ୍ଡେ ବୋଳି ହୋଇ
ସଂକଳ୍ପ କରୁଛି ଆଜି
ସବୁରି ମୁହଁରେ ହସ ଫୁଟାଇବି
କୃଷକଟିଏ ମୁଁ ସାଜି।୧
ନ ଥାଉ ପଛକେ ମୁଣ୍ଡରେ ମୋ ଚାଳ
ଚେନ୍ନାଏ ହସ ଭରିବି
ଏ ଧରାରେ ଦିନେ ସବୁଜିମା ଦେଖି
ଆତ୍ମହରା ମୁଁ ହୋଇବି।୨
ମୋ ନିଜ ଲୋକଙ୍କ ପେଟେ ଦାନାଦେବି
କରୁଥିବି ନିତିଚାଷ
ଝଡଝଞ୍ଜା ଅବା ବନ୍ୟା ବାତ୍ୟା ଆସୁ
ଉଡିଯାଉ ମୋର ବାସ।୩
ଫୁଲଫଳ ଶସ୍ୟ ଉପୁଜାଉ ଥିବି
ମୁଣ୍ଡଝାଳ ତୁଣ୍ଡେ ମାରି
ସବୁଜିମା କ୍ଷେତ ହସୁଥିବ ଏଠି
ଡାକୁଥିବ ହାତ ଠାରି।

ଦୀପ୍ତି ରାଣୀ ସିଂହ
ତାଳଚେର,


ଅନୁଗୋଳ

Share this :
Next Post

କୃଷକ - ସଞ୍ଜୟ କୁମାର ମିଶ୍ର

     ମୁଁ ଜଣେ କୃଷକ      ଚାଷ ମୋ ସଉକ           କରିଥାଏ ଚାଷ ନିତି   ପାଠ ଶାଠ ମୁହିଁ      ଅନେକ ପଢିଲି           ଚାକିରୀରେ ନାହିଁ ମତି ।୧   ପେଟ ପାଇଁ ସିନା     ନାଟ ଚାଲୁଅଛି            ଆଉ ଅଛି ଅବା କିସ    ଅନ୍ନମୁହିଁ ପିଣ୍ଡ         ଖାଦ୍ୟ ଆଶେ ପରା             କରିଥାଏ ମୁହିଁ ଚାଷ  ।୨   ରାତି ପାହିଗଲେ        ଧକ କରି ମୁହିଁ            ଶଯ୍ୟା ତ୍ୟାଗ କରେ ନିତି   ବଳଦ ହଳକ          […]

Subscribe US Now