ମଝି ପୃଷ୍ଠା ର କବିତା – ବିମଲ ସାସ୍ମଲ

Views: 26
0 0
Read Time:2 Minute, 51 Second

ଭୁଲ ରେ ଛାପି ହୋଇଥିବା
ମୁଁ ସେଇ ମଝି ପୃଷ୍ଠା ର କବିତା,
ଲେଖକ ଙ୍କ କଲମ ମୁନରୁ
ଭାବକୁ ଧରି ମୋର ସୃଷ୍ଟି,
ମନରେ ଥାଏ ଅସରନ୍ତି ଆଶା |
ମୋତେ କିଏ ପଢନ୍ତା କି?
ମୁଁ ପାଠକ ମନର ଗଭୀରତମ
ପ୍ରଦେଶ କୁ ଛୁଇଁ ଯାଆନ୍ତି କି?
ହେଲେ ଏତେ ଖୁସି ଭିତରେ
ଭୁଲିଯାଇଥାଏ ମୁଁ ଏକ ମଝିପୃଷ୍ଠାରେ ଲେଖା ହୋଇଥିବା ଅଭିଶପ୍ତ କବିତା ବୋଲି |
ଯାହାକୁ ପାଠ କରିବାକୁ ନା ଥାଏ ସମୟ
ନା ମନରେ ଆଗ୍ରହ
ଏହା ହିଁ ତ ମୋ ଭାଗ୍ୟ..!
ମଝି ପୃଷ୍ଠା ରେ ରହି ମୋ ଜୀବନରେ କିଛି ପୂର୍ଣ୍ଣତା ନାହିଁ,
ଏ ଜୀବନେ ସମ୍ପୂର୍ଣତା ପ୍ରାପ୍ତି ନିମନ୍ତେ ସମ୍ପର୍କର ସୁତାଖିଅକୁ ଖୋଜୁ ଖୋଜୁ, କାହିଁକି କେଜାଣି ମୁଁ ନିଜକୁ ବହୁତ ଅସହାୟ ମଣେ |
ପ୍ରତି କ୍ଷଣ ପାଠକଙ୍କ ଅଣଦେଖା
ମୋତେ ବ୍ୟତିବ୍ୟସ୍ତ କରିପକାଏ |
କେବେ ଭାବିଥିଲି ପାଠକର ମୁଖରୁ
ଆବୃତ୍ତି ହୋଇ ଆଶାର କିରଣରେ ମିଶିବାକୁ |
ପୁଣି କେବେ ଭାବିଥିଲି ପାଠକର ସବୁ ଦୁଃଖକୁ ଲାଘବ କରି ତାର ଆଖିର ଅଶ୍ରୁ ବର୍ଷାରେ ଭିଜିବାକୁ |
ନା ଏବେ ଇଚ୍ଛା ଅଛି କିରଣର,
ନା ଇଛା ଅଛି ଭିଜିବାର |
ଅଛି ଖାଲି ମୋ ପାଖେ ଅପେକ୍ଷା
ସେଇ ପାଠକର
ସେଇ ପାଠକର |

ବିମଲ ସାସ୍ମଲ
ଭୁବନେଶ୍ୱର
ମୋ :- 9777744947

Share this :
Next Post

Legs that do not walk - Sushant Thapa

Legs that do not walk I sit on my chair very less. With a teacup in my hand I think standing is more interesting. Standing with the teacup Sipping the brewed tea I act like an agglomerating conqueror And a fervid mountain climber Like quickly climbing vine and A trodden […]

Subscribe US Now