ବିଶ୍ଵ ଖାଉଟି ସୁରକ୍ଷା ଦିବସ – ସଦାନନ୍ଦ ସାହୁ

Views: 31
0 0
Read Time:3 Minute, 2 Second

ଖାଉଟି ସୁରକ୍ଷା କରହେ ସହସା
ସରକାରୀ ପ୍ରସାଶନ. ;
ସୁଷମ ବଣ୍ଟନେ ଉପଭୋକ୍ତା ହସେ
ବୃଦ୍ଧି ହୁଏ. ବିପଣନ. !!

ଅପ ମିଶ୍ରଣକୁ ପ୍ରଶମିତ କର
କଳା ବଜାରୀକି ରୋକ. ;
ଖାଉଟି ମର୍ଯ୍ୟାଦା ରଖହେ ସର୍ବଦା
ଦୂରୀଭୂତ କର ଭୋକ. !!

ମାର୍ଚ୍ଚ ମାସର ଏ ପନ୍ଦର ତାରିଖ
ଖାଉଟି କଲ୍ୟାଣ ପର୍ବ. ;
ପାଳୁଛି ଏ ବିଶ୍ଵ ପରବ ବିଶେଷ
ସ୍ମୃତି ଲିପି ଅନୁଭବ. !!

ଜନ ମଙ୍ଗଳର ସୁରକ୍ଷା କବଚ
ସମ୍ବିଧାନ ପ୍ରୀତି ଧାରା ;
କର୍ତ୍ତବ୍ୟ ଦାୟିତ୍ବ ହୋଇଚିତ ନ୍ୟସ୍ତ
ଅଧିକାର ମନ ପାରା !!

ନିତ୍ୟ ବ୍ଯଵଚାର୍ଯ୍ଯ ସାମଗ୍ରୀ ମୌଳିକ
ନିୟନ୍ତ୍ରଣେ ରହୁ ଦର. ;
କି ଧନୀ ଗରିବ ସଭିଏଁ ସମାନ
ଖାଉଟି ତା ପରିଚୟ. !!

ସୁପ୍ରଶାସନ ରଖ ବାରେ ପଣ
ଉପଭୋକ୍ତା ହେଉ ଖୁସି ;
ସୁଲଭ ଦରରେ ସାମଗ୍ରୀ କ୍ରୟରେ
ଖରଚ ନକରୁ ବେଶି !!

କଠୋର ଆଇନ.ହେଉ କାର୍ଯ୍ୟକାରୀ
ଖାଉଟି ସୁରକ୍ଷା ପାଉ.;
ଓଜନ ନିକିତି ରହୁ ହେ ସଠିକ
ନିର୍ଦ୍ଧାରଣ ହେଉ.ଭାଉ. !!

ବିଶ୍ଵ ଦରବାରେ ଭାରତୀ ମା’ ହସେ
ଖାଉଟି କଲ୍ୟାଣ କରି ;
ଖାଦ୍ୟ ସୁରକ୍ଷାର. ମହା ସୁତ୍ରଧର
ଭାରତୀୟ ନରନାରୀ !!

ମହାନ ଭାରତ ମହାନ ଏ ରାଷ୍ଟ୍ର
ଜନ ମଙ୍ଗଳର. ଦେଶ.,
ଖାଉଟି ଦିବସେ ସଂକଳ୍ପରେ ସତେ
ସାକାର କରିବ ସ୍ବପ୍ନ. !!

ସଦାନନ୍ଦ ସାହୁ , କାରା କର୍ମଚାରୀ
ଧୁରୁଷିଆ.,ଆଠଗଡ଼. ; କଟକ

Share this :
Next Post

Sizzler - Prasanna Bhatta

Sizzler … Don’t be a drizzler, Be compassion and commisseration. Don’t razzle and dazzle the human being Sizzling after CORONA makes moan and mourn. Be feeble and frail Drizzling… makes the world dazzling , Ascending with your drop and drip Make people thizzler In your mizzle, Prasanna Bhatta @India Berhampur […]

Subscribe US Now