ଜୀବନ ସ୍ଵର – ପ୍ରଦୀପ୍ତ କୁମାର ବେହେରା

Views: 32
0 0
Read Time:1 Minute, 40 Second

ଆସିଅଛି ଏକା ଚାଲିଯିବି ଏକା

କେହି ଯିବେନି ସଙ୍ଗର ।

ତଥାପି ମନମୋ ଅଧିର ହୁଅଇ

ସବୁ କହୁଥାଇଁ ମୋର ।।

କହନ୍ତି ସଭିଏଁ ସ୍ବର୍ଗ ମୋ ଠିକଣା

କେହି ଦେଖି ନାହିଁ ତାକୁ ।

କେଉଁଠାରେ ଅଛି ପଚାରି ବସିଲେ

ଶାନ୍ତି ନ ମିଳେ ମନକୁ ।।

ମୁଁ ଯେ ବୁଝିଛି ଏତିକି କେବଳ

ସ୍ବର୍ଗ ମର୍ତ୍ତ୍ୟ ଏଠି ଅଛି ।

ନିଜ କର୍ମବଳେ ଫଳ ଭୋଗେ ନର

ତାହା ଭଲରେ ଜାଣିଛି ।।

ମନ ଯେ ଚଞ୍ଚଳ ହୁଏ ତରତର

କ୍ଷଣିକେ କରିବ ସବୁ ।

ବିବେକେ ପଚାରି କରମ କରିଲେ

ନିଶ୍ଚେ ଆଦର ଲଭିବୁ ।।

ଲକ୍ଷ୍ୟ ସ୍ଥିର ରଖି ଚିତ୍ତ ଦୃଢ଼ କରି

ବିଭୂପଦେ ରଖି ଲୟ ।

କର୍ମେ ଅଗ୍ରସର ହୋଇବି ନିଶ୍ଚୟ

କାଳକୁ ନ ଥିବ ଭୟ ।।

ପ୍ରଦୀପ୍ତ କୁମାର ବେହେରା

ନବରଙ୍ଗପୁର

Share this :
Next Post

ପାଗଳ ଭଁଅର - ପବିତ୍ର ବେହେରା

ସିମାହୀନ ସାଗର ର ମୁଁ ଯେ ଏକ ପାଗଳ ଭଁଅର ଇଛା ହୁଏ ଉଡ଼ି ବୁଲିବାକୁ ଅନେକ ନୂତନ ସହର। କେବେ ଲକ୍ଷ୍ୟ ର ଅଗ୍ରଗତି ରେ ତୋ କେବେ ଅର୍ଥ ର ଲାଳସାରେ ଖୋଜି ମୁଁ ବୁଲୁଛି ଜୀବନର ସାର୍ଥକ। ସାର୍ଥକ ହୀନ ଜୀବନ ମୋର ଆଜି ହରାଇ ବସିଛି ତା’ର ସାର୍ମଥ୍ୟ । ସମୟ ର ଘୂର୍ଣ୍ଣିବଳୟ ରେ ଉଡି ବୁଲୁଛି ଆଜି ମୋ ମନ। କେବେ […]

Subscribe US Now