Read Time:1 Minute, 34 Second
ସିମାହୀନ ସାଗର ର
ମୁଁ ଯେ ଏକ ପାଗଳ ଭଁଅର
ଇଛା ହୁଏ ଉଡ଼ି ବୁଲିବାକୁ
ଅନେକ ନୂତନ ସହର।
କେବେ ଲକ୍ଷ୍ୟ ର ଅଗ୍ରଗତି ରେ ତୋ
କେବେ ଅର୍ଥ ର ଲାଳସାରେ
ଖୋଜି ମୁଁ ବୁଲୁଛି ଜୀବନର ସାର୍ଥକ।
ସାର୍ଥକ ହୀନ ଜୀବନ ମୋର
ଆଜି ହରାଇ ବସିଛି ତା’ର ସାର୍ମଥ୍ୟ ।
ସମୟ ର ଘୂର୍ଣ୍ଣିବଳୟ ରେ
ଉଡି ବୁଲୁଛି ଆଜି ମୋ ମନ।
କେବେ ପ୍ରେମିକାର ସ୍ନେହ ରେ ତୋ
କେବେ ମାତା, ପିତାଙ୍କ ଆଶିର୍ବାଦ ରେ
ଅଗ୍ରଗତି ହେଉଅଛି ମନ ।
ଜାଣେ ନାହିଁ କେବେ
ଏ ପାଗଳ ଭଁଅର ମନ ମୋର
କେଉଁଠି ବସା ବାନ୍ଧିବ।
ପବିତ୍ର ବେହେରା
ବାହାଲପୁର, ଗଞ୍ଜାମ
୭୭୮୮୮୮୬୬୦୨
Readers Interaction