କିଷାନ୍ ଭାଇର ଦୁଃଖ – ଅନୀତା ବେହେରା

Views: 24
0 0
Read Time:3 Minute, 30 Second

 ମୁଣ୍ଡରେ ହାତ ଦେଇ କିଷାନ ଭାଇ |

          ବଶିଅଛି ହିଡ଼ ମୁଣ୍ଡରେ ଯାଇ ||

ବର୍ଷା ନପଡ଼ୁଣୁ କରିଲା ଚାଷ |

          ଗୋବର ଚାଷକୁ ଦେଲା ବହୁତ ||

ସାହୁକାର ଠାରୁ କରଜ ଆଣି |

          ବିହନ ବଜାରୁ ଆଣିଲା କିଣି ||

ବିହନ ଜମିରେ ଦେଲା ଫୋପାଡ଼ି |

          ଅଳ୍ପେ   ଅଳ୍ପେ ଗଛ ଚାଲିଲା ମାଡ଼ି ||

ମରୁଡ଼ି ତା’ପରେ ଦାଉ ସାଜିଲା |

           ପାଣି କଷ୍ଟ କରି ଦେଲା ମଡ଼ାଇ ||

ବୋଝ ପରେ ଯେହ୍ନେ ନଳିତା ବିଡ଼ା |

           ମରୁଡ଼ି ପରେ ବନ୍ୟା ଆସିଲା ଚଢ଼ି ||

 ବନ୍ୟା ହେଲା ଏଡ଼େ ପ୍ରଳୟଙ୍କାରୀ |

           ଧାନ ଜମିକୁ ଦେଲା ନଷ୍ଟ କରି ||

ପାଣି ଭିତରେ ତା ଫସଲ ଅଛି |

          ସଜାଡ଼ିବା ବାଟ ସେ ଖୋଜୁଅଛି ||

ସାହୁକାର ଟଙ୍କା କିପରି ଦେବ |

           ବର୍ଷ ଯାକ କେମିତି ଚଳିବ?

ଭାତ ହାଣ୍ଡି ତାର ଧାନ କିଆରି |

           କିଏବା ଶୁଣିବ ତାର ଗୁହାରୀ ||

ସରକାର କରନ୍ତି କେତେ ଯୋଜନା |

           ତାହା ପାଇଁ ସବୁ ଫିକାଟି ସିନା ||

ସାର ବିହନ ମିଳୁନି ମାଗଣା |

            ପେଟୁ କାଟି ଜମି ଉଠାଏ ସିନା ||

ଭାବୁ ଅଛି ଜଳମୟ ଜାଗାରେ |

             ବୁଡ଼ି ମରିଯାନ୍ତିକି ଏଠାରେ ||

ପରିବାର ବୋଝ ଛାଡ଼ି ଦିଅନ୍ତି |

             ଭୋକ ଦାଉରୁ ମୁଁ ରକ୍ଷା ପାଆନ୍ତି ||

ଅନୀତା ବେହେରା

  ବଡ଼ମ୍ବା ,କଟକ

Share this :
Next Post

କୄଷକ - ସୁଷମା ମଞ୍ଜରୀ ଦାଶ

 ମୁଣ୍ଡର ଝାଳକୁ ତୁଣ୍ଡରେ ମାରିଣ                        କୃଷକ କରଇ ଚାଷ ଖରା ବର୍ଷା ଶୀତ ଖାତିରି ନକରି                         ଫୁଟାଏ ମନରେ ହସ । ଆଡମ୍ବର ଶୂନ୍ୟ ଜୀବନ ଯାପନ               […]

Subscribe US Now