କିଏ ବା ବୁଝୁଛି ଦୁଃଖ – ମମତା ରାଣୀ ଦାଶ

Views: 40
0 0
Read Time:1 Minute, 34 Second

 

ତୁମେ ଯଦି ଧରି ନପାରିଲ
ତୁମ ଶବ୍ଦ ସୁନ୍ଦରୀକୁ
ତୁମେ ଯଦି ନିଜର କରି ନପାରିଲ
ତୁମ ସ୍ୱପ୍ନର ନାୟିକା
ସେ କବିତା ନାମ୍ନୀ ଅଳସୀ କନ୍ୟା କୁ
ମୋର ବା କଣ ଦୋଷ..!!

ତୁମ ଭାବନା ସହ ଶବ୍ଦ ମାନେ
ଯଦି ଖେଳିଲେ ଲୁଚକାଳି
ତୁମ ପ୍ରିୟ କଲମ ଅଟକି ଯାଇ
ଯଦି ଦାଉ ସାଧିଲା ତୁମ ସହ
ସେଥିରେ ମୋର କଣ ବା ଦୋଷ…!!

ହଇଓ କବି
ମୋତେ କାହିଁ କର ଏତେ ନିର୍ଯାତିତ
ପରସ୍ତ ପରସ୍ତ କରି ଅଲଗା କରିଦିଅ
ମୋ ନିଜର ମାନଙ୍କ ଠାରୁ
ଖଣ୍ଡ ଖଣ୍ଡ କରି ଦଳି ମକଚି
ଫିଙ୍ଗି ଦିଅ ଡ଼ଷ୍ଟବିନରେ
ମୁଁ ତ ନିରୀମାଖି କାଗଜ ଟା
ଏଥିରେ ମୋର ବା କଣ ଦୋଷ…!!

ମମତା ରାଣୀ ଦାଶ
ଭଦ୍ରକ

Share this :
Next Post

କୃଷକ - କଳ୍ପନା ସାହୁ

  ଖରା ବର୍ଷା ଶୀତ ସବୁକୁ ସମ୍ଭାଳି ଯାଉଛି, ନାନା ପ୍ରକାରେଣ ଫସଲ ଫଳେଇ ଦଉଛି।   ବାଡି ହେଉ କି ବିଲ ଯତନେ କିଆରି ଗଢୁଛି, କୋମଳ ହାତର ସ୍ପର୍ଶ ଦେଇ ତାକୁ ଏଡୁଟେରୁ ଏଡୁଟେ କରୁଛି।    କଅଁଳ ଦେହରେ ରଙ୍ଗ ବେରଙ୍ଗ ଆହା କେଡେ ସୂନ୍ଦର ଦିଶୁଛି, ପ୍ରକୃତିର ସେଇ ଅପୂର୍ବ ଦୃଶ୍ୟକୁ ଏ ମନ ଉପଭୋଗ କରୁଛି।    ସତେକି କେହି କାନେ ଆସି କହୁଛି […]

Subscribe US Now