ଜମିରେ ମୋ ଭଲ ଧାନ ହେଉନାହିଁ
ବନ୍ୟା ରେ ଯାଉଛି ଭାସି
ତିନିଶ’ ସତୁରୀ ଧାରା ଉଠିଗଲା
ମନ ହୋଇଗଲା ଖୁସି
ହେବି ମୁହିଁ ଫଳ ଚାଷୀ,
କାଶ୍ମୀର ରେ ଯାଇ ସେଟଲ ହୋଇବି
ଘରୁ ଚାଲିଯିବି ଋଷି ।
ରବର୍ଟ ଭାଦ୍ରାକୁ ଡର ଲାଗେ କାଳେ
କିଣିଦେବ ବଡ ପ୍ଲଅଟ୍
ବଡ କୋଠା ଯଦି ତିଆରି କରିବ
ବଢିଯିବ ଜମି ରେଏଟ୍
କରିବିନି ଜମା ଲେଏଟ୍,
ଯେତେ ବେଗେ ହେବ ଜମିଟିଏ କିଣେ
ବଢିବା ଆଗରୁ ରେଏଟ୍।
ଆଜି ପେପର୍ ରେ ଆଡ୍ ବାହାରିଛି
ବୁକିଙ୍ଗ୍ ହେଉଛି ପ୍ଲଅଟ୍
ଅଳପ ଟଙ୍କାରେ ଜାମ୍ମୁ କାଶ୍ମୀରରେ
ମନ ମୁତାବକ ସ୍ପଅଟ୍
କରିବିନି ଜମା ଲେଏଟ୍,
ଆଉ ଏ ଅଫର୍ ମିଳିବନି ଜମା
ଲିମିଟେଡ଼ ଅଛି ଷ୍ଟଅକ୍।
ଝଅଟ୍ ଝଅଟ୍ କଲ୍ କରିଲି
ବୁକ୍ କରିବାକୁ ପ୍ଲଅଟ୍
କହିଲେ ମୋତେ ସେ ଆଉ ଜାଗା ନାହିଁ
ସବୁଗୁଡା ଅଛି ବ୍ଲଅକ୍
ବଢ଼ିଗଲା ଏବେ ରେଏଟ୍,
ଦବ ଯଦି ତୁମେ ଅଧିକ ପାଉଣା
ସିକ୍ରେଟ୍ ରେ ଦେବି ମଅଷ୍ଟ।
କାଶ୍ମୀର ଜାଗାରେ ଏତେ ଖର୍ଚ୍ଚ କରି
କାହିଁ ହେବି ମୁହିଁ ହୀନସ୍ଥା
ଟିକେ ରହିଯାଏ ପି.ଓ.କେ ରେ ନିଶ୍ଚେ
ହୋଇବ ପ୍ଲଅଟ ଶସ୍ତା
ସୀମାରୁ ଫିଟିଲେ ରାସ୍ତା,
ଫଳଚାଷ କରି ସପ୍ଲାଇ କରିବି
ସେଉ ଓ ଅଙ୍ଗୁର ବସ୍ତା।
ସଞ୍ଜୟ ସାହୁ
ବଡମ୍ବା
କଟକ
Readers Interaction