କଳା ସାହିତ୍ୟ ସଂସ୍କୃତିର ଭଣ୍ଡାର,
ବୀର ପ୍ରସବିନୀ ଉତ୍କଳ ମା’ ମୋର ।
ପାଇକ ପୁଅର ଏଇଠି ଜନମ,
ଭରିଛି ଏହିମାଟିରେ ସ୍ନେହ ପ୍ରେମ ।୧।
ଘନ ବନାନୀକୁ ପାହାଡ ଝରଣା,
ଏ ପାଣି ପବନ ସବୁ ମନଜିଣା ।
ତାରକସି କାମ ସବୁଠୁ ନିଆରା,
ପଖାଳ କଂସାରେ ଖୁସି ଅଛି ପରା ।୨।
ଓଡ଼ିଆ ଭାଷା ମୋ ଗରବ ଅଟଇ,
ବାର ମାସେ ତେର ପରବ ପଡ଼ଇ ।
ଜଗତ ନାଥଙ୍କ ଆଶିଷ ଝରଇ,
ମନ୍ଦିର ମାଳିନୀ ମୋ ଉତ୍କଳଭୂଇଁ ।୩।
ଓଡ଼ିଆ ପୁଅ ଦେଖାଏ ସ୍ୱାଭିମାନ,
ଓଡିଶା ମାଟି ଅଟେ ପରା ମହାନ ।
ଓଡ଼ିଆଣି ଝୋଟି ଚିତା ମୁରୂଜ,
ଭାରି ମିଠା ଲାଗଇ ତାହାର ଲାଜ ।୪।
ଖୁଦୁରୁକୁଣୀ ଓଷା ବଉଳ ବେଣୀ,
ଓଡ଼ିଆ ଝିଅର ମଧୁର କାହାଣୀ।
ଚଷା ଭାଇ କ୍ଷେତରେ ସୁନା ଫସଲ,
ରାତି ନପାହୁଣୁ ନେଇ ଯାଏ ହଳ ।୫।
ଏପ୍ରିଲ ପହିଲା ଉତ୍କଳ ଦିବସ,
ଉତ୍କଳ ମାଆ ଓଷ୍ଠେ ଭରିଲା ହସ ।
ସ୍ବତନ୍ତ୍ର ରାଜ୍ୟର ପାଇଲା ମାନ୍ୟତା,
ଉତ୍ସବ ପାଳିଲେ ଉତ୍କଳ ଜନତା ।୬।
ମୋ ଓଡିଶା ମାଟି ଉତ୍କୃଷ୍ଟ କଳାର,
ଐତିହ ପରମ୍ପରାର ଗନ୍ତାଘର ।
ମୁଁ ଉତ୍କଳୀୟ ବୋଲି ଗରବେ କହେ,
ଭାଇଚାରାର ପବନ ଏଠି ବହେ ।୭।
ଜନ୍ମଜୟ ନାୟକ
ଗଣିତ ଶିକ୍ଷକ
ଚିଲିକା ନୋଡାଲ ହାଇସ୍କୁଲ
ପୁରୀ
9337800565
Nice
ଧନ୍ୟବାଦ 🙏🙏
Excellent
ଧନ୍ୟବାଦ 🙏🙏