ବିଜୟୀ ଭାରତ. – ସାଗର କୁମାର ପରିଡା

Views: 27
0 0
Read Time:4 Minute, 15 Second

 

ବିଜୟ ତ୍ରିରଙ୍ଗା ଉଡାଇବା ବିଶ୍ୱେ 

                      ଭାରତୀୟ ଆମେ ଭାରତୀୟ,

ବିଶ୍ୱଗୁରୁ ଆମେ ହେବାରେ ନିଶ୍ଚୟ

                   ଶୁଭିବ ଭାରତ ଜୟ ଜୟ ।।(ଘୋଷା)

ଅଂହିସା ମନ୍ତ୍ରର ଉଦଭଵ ଏ ଦେଶୁ 

                       ବିଶ୍ୱକୁ ଦେଇଛୁ ଆମେ ବୁଦ୍ଧ,

ଲାଗିଲେ ସାଥିରେ ଛାଡ଼ିବୁନି କାରେ

                      ହୋଇଯାଉ ପଛେ ମହାଯୁଦ୍ଧ ।

ଲକ୍ଷ ଲକ୍ଷ ବୀର ଭକ୍ତିର ସଂଗୀତ

                        ଭାରତ ମାତାକି ଜୟ ଜୟ।।(୧)

 ଗଙ୍ଗା ଯମୁନାର ପବିତ୍ର ନଦୀର 

                         ଧାରା ପ୍ରବାହିତ ଯେଉଁ ଭୂଇଁ,

ମୋହନ ଯେଉଁଠି ଫିରିଙ୍ଗି ଶାସନ

                       ଅନ୍ତକଲେ ସ୍ବାଧୀନତା ପାଇଁ ।

ଲକ୍ଷ ଲକ୍ଷ ବୀର ପ୍ରାଣବଳୀ ଦେଲେ

                    ମରଣେ ନଥିଲା କାରଭୟ ।।(୨)

ମଙ୍ଗଳ ଗ୍ରହରେ ଯାନପେଶି ଅଛୁ

                    ରାଫେଲ ବିମାନ ଆମ ଗର୍ବ,

ବିଭିନ୍ନତା ମଧ୍ୟେ ଏକତା ବିରାଜେ

                     ମହାଭାରତୀୟ ସଉରଭ  ।

ଯେ ଦେଶରେ ଜନ୍ମି ସୁବାଷ କହିଲେ

                   ରକ୍ତ ଦିଅ ମୋତେ ରକ୍ତ ଦିଅ ।।(୩)

ସ୍ବାଧୀନତା ସିନା ପାଇଅଛୁ ଆମେ

                      ଶତ୍ରୁ ଆଜି ଉଭା ଚଉପାଶେ,

ବୁଦ୍ଧି  କଉଶଳେ ଏକତାର ବଳେ

                      ଦମନ କରିବା ଦୃଢ ହସ୍ତେ ।

ଦେଶର ଗୌରବମାନ ବଢ଼ାଇବା

                      କରିଣ ତାହାଙ୍କୁ ପରାଜୟ 

    ସାଗର କୁମାର ପରିଡା

ବଡମ୍ବା,କଟକ

Share this :
Next Post

ନିଜ ସହ - ସ୍ବାଗତିକା ନାୟକ

ନିଜ ସହ ନିଜେ ବାଣ୍ଟିପାରେ   ତମାମ ଦୁଃଖ  ନିଜ ସହ ହସି ହସି  ଉଡେଇପାରେ ସେଇ କଥା  ଯାହାକୁ କାଳୀ କରି ରଖିଚ ସାଇତି ଏଇ ଦେଖ ,,,, ମୁଁ ନିଜକୁ କେମିତି କହିପାରେ ତୁମ ଇର୍ଷାକୁ ଧୋଇନେଉ ବର୍ଷା ଥଣ୍ଡାହେଲେ ତମେ ଖୋଜିବ  ମୋ ହାତର ନାଲି ଚାହା,, ଆଉଥରେ ଦେଖାହେଲେ କହିଦେବି ତୁମ ବ୍ୟାଗ ଭର୍ତ୍ତି ଉଲୁଗୁଣାକୁ ନାକଫୁଲ କରି ପିନ୍ଧି  ବଜାରରୁ ଘର ମୁଁ କେମିତି […]

Subscribe US Now