ପରଦେଶୀ ମେଘ ଉହାଡରେ ଜହ୍ନ
ଉଙ୍କି ମାରେ ଥିରୀ ଥିରୀ
ଧାରା ଶ୍ରାବଣର ବରଷାରେ ଭିଜି
ତୁମକୁ ହୁଏ ‘ମୁଁ ଝୁରି !!
ପବନରେ ଭାସି ଆସେ ତୁମ ସ୍ମୃତୀ
ମନ ହୁଏ ପୁଲକୀତ
ବାହୁ ବନ୍ଧନରେ ବାନ୍ଧିନିଅ ଥରେ
ମେଣ୍ଟୁ ଏ ମନର ଶୋଷ !!
ମିଳନର ଋତୁ ଆସିଛି ଗୋ ସଖୀ
ଲାଜର ଓଢଣୀ ଖୋଲି
ତୁମ ସ୍ପର୍ଶ ପାଇ ଏବେ ସବୁ ସନ୍ଧ୍ଯା
ଲାଗେ ସୁନେଲୀ ସୁନେଲୀ !!
ଇନ୍ଦ୍ରଧନୁ ରଙ୍ଗ ଚୋରାଇ ଆଣିଛି
ଆକାଶର ସିମା ଡେଇଁ
କୋମଳ ସିନ୍ଥିରେ ଦେବି ମୁଁ ପିନ୍ଧାଇ
ଜନ୍ମ ଜନ୍ମାନ୍ତର ପାଇଁ !!
ସଜେଇ ଦେବି ମୁଁ ତାରା ମାଳ ଗୁନ୍ଥି
ତୁମ ସେ ରେସମୀ ଗଭା
ନାଲି ଓଠ ଧାରେ ପ୍ରିତୀର ଲହଡି
ସତେ କିବା ମନ ଲୋଭା !!
ଜେମାମଣୀ ତୁମ ଚଲା ପଥେ କେବେ
ନରହୁ ଦରଦ ବ୍ଯଥା
ସଜନୀ ଗୋ ତୁମ ପାଇଁ ସଦା ଝରୁ
ମୋ ମନେ ପ୍ରିତୀର ଗାଥା !!
ଚନ୍ଦ୍ରକାନ୍ତ ଜେନା
ବଡମ୍ବା
କଟକ
Good one
Thank you