ଶାଶୁ ଘର ନୁହେଁ ସେତ ଯମ ଆଳୟ |
ବାପା ବୋଉ ନୁହେଁ ସିଏ ଶାଶୁ ଶ୍ୱଶୁର ||
ସବୁ ଉଠିବା ପୁର୍ବୁ ବାସି କାମ ସାରେ |
ଭାନୁ ଉଦିତ ପୁରୁବୁ ସିନାନ ସାରେ ||
ସୂର୍ଯ୍ୟ ଉଦୟ ପୂର୍ବୁ ଅଧରାତ୍ର ଯାଏଁ |
ଖଟୁ ଥାଏ ବୋହୁ ଚପରାସି ପରାଏ ||
ଭୁଲ ଟିକେ ହୋଇଗଲେ କେତେଯେ ଗାଳି |
କେ ବୁଝିବ ଆଉ ତାର ଅଳି ଅର୍ଦ୍ଦଳି ||
ଶାଶୁ ନାରୀ ହୋଇ ଭୁଲି ଯାଏଁ ଅତୀତ |
ଏତେ ଯାତନା ପାଇଥିଲି କହି ହୁଏ ତ ||
ସେ ଯାତନା ମାଳାକୁ ଦିଅନ୍ତି ପିନ୍ଧାଇ |
କେତେ ପ୍ରକାର ତୀଡ଼ନା ଦ୍ୟନ୍ତି ଶୋଷାଇ ||
କଥା କଥାକେ ଶାଶୁ କହେ ମୋ ପୁଅ ଝିଅ |
ତୁମେକି ବୁଝିବ ତୁମେ ପରର ଝିଅ ||
ଆମଘର ପରି ଘର ନାହିଁ ତ ଆଉ |
ନଣନ୍ଦ ଦିଅର କହି ଦେଖାନ୍ତି ଭାଉ ||
ଶାଶୁ କହନ୍ତି ବୋହୂ ମୁଁ ଚଳାଏ ଯେମିତି |
ସଂସାରେ କେ ଚଳାଏ କୁହ ଏମିତି ||
ଭାରି ଗେଲ ବସରି ମୋ ବୋହୂମାନେ |
ମନଇଛା ଚ଼ଳୁଛନ୍ତି ତାଙ୍କରିମନେ ||
ଅନୀତା ବେହେରା
ମଙ୍ଗରାଜ ପୁର
Readers Interaction