ତଟ ନିରଞ୍ଜନା – ଲକ୍ଷ୍ମୀପ୍ରିୟା ସାହୁ

Views: 31
0 0
Read Time:1 Minute, 58 Second

ତୁମେ ଆସ କି ନ ଆସ ସିଦ୍ଧାର୍ଥ
ଅବା ବୋଦ୍ଧିସତ୍ବ ପ୍ରାପ୍ତ
ମୁଁ କିନ୍ତୁ ଭୁଲିବିନି ତୁମକୁ
ରହିଥିବି ଚାହିଁ
ତୁମରି ଫେରିବା ପଥକୁ ।
ମୁଁ ତ ମୁଠାଏ ଭିଜାମାଟି

ବାସ୍ନାୟିତ ମୁଁ
ମୋ ଭିତରେ ତୁମ ପାଇଁ
ବିମୁଗ୍ଧ ମୁଁ ଅନ୍ତରଙ୍ଗ ଶିହରଣରେ
ବିଭୋର ଏ ବସନ୍ତରେ
ମୁକ୍ତ ମୁଁ ବୈରାଗ୍ୟର ଲୁହରେ ।

ଚଳଚଞ୍ଚଳ ମୁଁ
ଝରଣା ଟେ ପରି
ଝରି ଝରି ମିଶିବାକୁ
ତୁମରି ଭିତରେ ‘
ସ୍ବଚ୍ଛ ଓ ନିର୍ମଳ ମୁଁ
ଆକାଶର ନୀଳିମା ପରି
ପ୍ରଶାନ୍ତ ଓ ନିର୍ଲିପ୍ତ ମୁଁ
ତୂମର ସେ ତପସ୍ୟା ପରି।

ତୁମେ ପଛେ ନେଇଯାଅ
ଅଷ୍ଟ ମାର୍ଗକୁ ଆଦରି
ତୁମର ସେ ନିର୍ବାଣର ପଥେ ‘
ମୁଁ କିନ୍ତୁ ରହିଥିବି ଚାହିଁ
ତୁମକୁ’ ‘ତୁମର ସେ
ମୁଦ୍ରିତ ଚକ୍ଷୁ କୁ
ହଜି ହଜି ତୁମରି ସତ୍ତା ରେ ।

ଲକ୍ଷ୍ମୀପ୍ରିୟା ସାହୁ
ନୟାଗଡ

Share this :
Next Post

Rickshaw puller - Prasanna Kumar sahu

Rickshaw puller A daily labour, Waiting passanger Here and there. At the railway station At the bus stop, Wait for passengers With eager lap. No time of passengers To stand and stare, Who am I for them really Why they will look for? Wait for the auto rickshaw Readdy to […]

Subscribe US Now