ମୋତେ ପ୍ରେମକୁ ଭୟ ଲାଗେ..ପ୍ରତାରଣାକୁ ନୁହେଁ,
ପ୍ରତାରଣା ତ ସମସ୍ତେ ଦିଅନ୍ତି..ପ୍ରେମ ଏତେ ସହଜ ନୁହେଁ..
ମୋତେ ମିଳନକୁ ଭାରି ଡର.. ବିଚ୍ଛେଦକୁ ନୁହେଁ,
ବିଚ୍ଛେଦ ତ ପ୍ରତି ମୁହୂର୍ତ୍ତରେ ଘଟେ..ମିଳନକି ସହଜରେ ହୁଏ..
ମୋତେ ହସିବାକୁ ସଂକୋଚ ଲାଗେ..କାନ୍ଦିବାକୁ ନୁହେଁ,
କାନ୍ଦୁଥାଏ ଅନ୍ତର ଭିତରେ..ସହଜେ କି କେବେ ହସି ହୁଏ..
ମୋତେ ଜିତିବାକୁ ଲାଗେ ଯେତେ ଡର.. ହାରିବାକୁ ନୁହେଁ,
ହାରୁଚିତ ହାରି ଚାଲିଥିବି..ଜିତିଲେ ବା କଣ ସିଖି ହୁଏ..
ଜୀବନକୁ ଘୃଣା କରେ ମୁହିଁ..ମରଣକୁ ନୁହେଁ,
ମରି ମରି ବଞ୍ଚୁଅଛି ଯିଏ..ତାର ଜୀବନରୁ କଣ ଆସେ ଯାଏ..
ନିଦ ମୋର ଅଟେ ବଡ଼ ଶତୃ..ଚେଇଁ ରହିବାକୁ ସଦା ଚାହେଁ,
ନିଦ ଭାଙ୍ଗି କାହିଁକି ଉଠିବି..ସୁଖ ନିଦ ଥରେ ଆସିଥାଏ,
ସେ ସୁଖ ନିଦେ ଶୋଇବାକୁ ଚାହେଁ,
ସୁଖ ନିଦେ ଶୋଇବାକୁ ଚାହେଁ….
ବିଶ୍ୱରଞ୍ଜନ
ବଡମ୍ବା
କଟକ
Readers Interaction