ହେ କୃଷ୍ଣ ମୋର – ସସ୍ମିତା ସାହୁ

Views: 14
0 0
Read Time:3 Minute, 29 Second

 

ବଂଶୀଧର କୃଷ୍ଣ ମୋର

               ଶ୍ୟାମ ସୁନ୍ଦର  ।

   ମନେ ଅଛି ପ୍ରଶ୍ନ ମୋର

              ଦିଅ ଉତ୍ତର ।।

   ରାଧାରାଣୀ ପ୍ରାଣ ଧନ

             ଗୋପ ନାଗର ।

    ପ୍ରେମ କଣ ହୁଏ ଖାଲି

              ଗୋଟିଏ ଥର ??

   ପହିଲି ପ୍ରେମରେ ବସେ

              ସ୍ମୃତି ନଗର  ।

   ସେହିଠାରେ ରହିଥାଏ

             ଭାବର ଘର    ।।

 ଭାବଘର ଭାଙ୍ଗିଯାଏ  

               ଭାଙ୍ଗେ ନଗର ।

   କାଳ ଯେବେ ଟାଣିଦିଏ

          ଛଳନା ଗାର। ।।

  ଷୋହଳ ସହସ୍ର ମନ

          କରିଣ ଛାର  ।

  କେଉଁ ଭାବେ ବସାଇଲ

           ନୂଆ ସଂସାର। ।।

    କଦମ୍ବ ବନରେ କଲ

            ଲୀଳା ରାସ ର ।

   ମନ ନେଇ ଗଢୁଥିଲ

            ମାନ ମନ୍ଦିର  ।।

   ତୁମ ପାଖେ ପ୍ରଶ୍ନ ମୋର

              ହେ ମନୋହର  ।

  ଠକିବନି ମତେ ଆଜି

             ଦେବ ଉତ୍ତର   ।।

    ପ୍ରେମମୟ    କଳାକାହ୍ନୁ

          ଫିଟା ଗୁମର   ।

 ପ୍ରେମ କଣ ହୁଏ ଖାଲି

          ଗୋଟିଏ ଥର ??  

ସସ୍ମିତା ସାହୁ

ଥେଣ୍ଟ ପୁର ,                          

 ପୁରୀ

Share this :
Next Post

ମୋତେ ଭୟ ଲାଗେ - ବିଶ୍ବରଞ୍ଜନ

  ମୋତେ ପ୍ରେମକୁ ଭୟ ଲାଗେ..ପ୍ରତାରଣାକୁ ନୁହେଁ, ପ୍ରତାରଣା ତ ସମସ୍ତେ ଦିଅନ୍ତି..ପ୍ରେମ ଏତେ ସହଜ ନୁହେଁ.. ମୋତେ ମିଳନକୁ ଭାରି ଡର.. ବିଚ୍ଛେଦକୁ ନୁହେଁ, ବିଚ୍ଛେଦ ତ ପ୍ରତି ମୁହୂର୍ତ୍ତରେ ଘଟେ..ମିଳନକି ସହଜରେ ହୁଏ.. ମୋତେ ହସିବାକୁ ସଂକୋଚ ଲାଗେ..କାନ୍ଦିବାକୁ ନୁହେଁ, କାନ୍ଦୁଥାଏ ଅନ୍ତର ଭିତରେ..ସହଜେ କି କେବେ ହସି ହୁଏ.. ମୋତେ ଜିତିବାକୁ ଲାଗେ ଯେତେ ଡର.. ହାରିବାକୁ ନୁହେଁ, ହାରୁଚିତ ହାରି ଚାଲିଥିବି..ଜିତିଲେ ବା କଣ […]

Subscribe US Now