ବିପଦ ନ ଲାଗେ କେବେ – ଗୀତାମୟୀ ମହାପାତ୍ର

Views: 22
0 0
Read Time:3 Minute, 9 Second

ସକଳ ପାପରୁ ତରିବା ପାଇଁ କି

      କୃଷ୍ଣ ଜଗନ୍ନାଥ କୁହ

ସରବ ଦେବତା ତୁଳସୀଙ୍କ ମୂଳେ

     ସ୍ନାନ ସାରି ଜଳ ଦିଅ।।

ତୁଳସୀ ସେବନ ତୁଳସୀ ଭୂଷଣେ

      ସରବ ଦେବତା ଖୁସି

ସରବ ରୋଗରୁ ଉଦ୍ଧାର କରିବେ

     ତୁଳସୀ କୃଷ୍ଣ ପ୍ରେୟସୀ।।

ତୁଳସୀ ଚଉରା ମାଟି ମସ୍ତକରେ

     ଶ୍ରଦ୍ଧାମନେ ଲଗାଇଲେ

ପବିତ୍ର ଗଙ୍ଗାର ଜଳ ସମ ମାଟି

     ସର୍ବ ଶୁଭ ହୃଦେ ମିଳେ।।

ତୁଳସୀପତର ଅବା ମଞ୍ଜରୀକୁ

     କୃଷ୍ଣ ମଥାରେ ଅରପ

ତୁଳସୀ ମାଳାରେ ଶହେ ଆଠ ଥର

     ହରେ କୃଷ୍ଣ ନାମ ଜପ।।

ସକାଳ ସୂର୍ଯ୍ୟଙ୍କୁ ସ୍ନାନ ସାରି ଯେବେ

    ଆଞ୍ଜୁଳାଏ ଦେବ ଜଳ

ସର୍ବ ଶୁଭ ହୃଦେ ପାଇବ ଅବଶ୍ୟ 

     ଇଷ୍ଟ ଦେବେ ଶୁଭ ଫଳ।।

ଯଦି ପୁତ୍ର ହୋଇ ସକାଳୁ ଇଷ୍ଟଙ୍କୁ

     ଜଳ ଟିକେ ଦିଏ ନାହିଁ 

ଧିକ ପୁତ୍ର ଜନ୍ମ କୁଳ  କୁଳାଙ୍ଗାର 

      ପତିତରେ ଗଣା ଥାଇ।।

ଧନ କୋଠା ବାଡି ଧନୀକ କରେନା

      ଭଲ ମଣିଷ ଯେ ଧନୀ

ଧନ ଅରଜନେ ଅଧର୍ମ କରିଲେ 

      ଆପେ ହୋଇଯାଏ ଋଣୀ।।

ମତ୍ତ ଗର୍ବ ଛାଡି ଧର୍ମ ପଥ ଲୋଡି

     ଚାଲୁଥିଲେ କର୍ମ ପଥେ

ଆସିଲେ ବିପଦ ହେଳେ ତରିଯିବ

      ସାହା କୃଷ୍ଣ ଜଗନ୍ନାଥେ।।

ଗୀତାମୟୀ ମହାପାତ୍ର,  ଅନୁଗୋଳ

Share this :
Next Post

ହେ କୃଷ୍ଣ ମୋର - ସସ୍ମିତା ସାହୁ

  ବଂଶୀଧର କୃଷ୍ଣ ମୋର                ଶ୍ୟାମ ସୁନ୍ଦର  ।    ମନେ ଅଛି ପ୍ରଶ୍ନ ମୋର               ଦିଅ ଉତ୍ତର ।।    ରାଧାରାଣୀ ପ୍ରାଣ ଧନ              ଗୋପ ନାଗର ।     ପ୍ରେମ କଣ ହୁଏ ଖାଲି     […]

Subscribe US Now