ବର୍ଷା ତୁମେ ଅପରୂପl ନାରୀ
କଳ୍ପନାର ନୃତ୍ୟାଙ୍ଗନା ପରୀ
ଭାବୁକର ପ୍ରେୟସୀ ସୁନ୍ଦରୀ
ଅମୃତର ସଞ୍ଜିବନୀ ବାରୀ ll
ନିଦାଘର ଉତ୍ତାପ ନାଶିନୀ
ପ୍ରଳୟର ତାଣ୍ଡବ କାରିଣୀ
କୃଷକର ଜନନୀ, ଭଗିନୀ
ପ୍ରାଣୀଙ୍କର ମଙ୍ଗଳଦାୟିନୀ ll
ଶ୍ରାବଣର ପାଦର ଘୁଙ୍ଗୁର
ରିମଝିମ ତାଳର ଝଙ୍କାର
ସଂଗୀତର ତୁମେ ସାତ ସୁର
କବିତାର ଶବ୍ଦର ସମ୍ଭାର ll
ସପନର କୁହୁକ ପରଶ
ଭାବନାର ଅସରନ୍ତି ଶେଷ
କଦମ୍ବ ଓ କେତକୀ ସୁବାସ
ସନ୍ତାପ ଓ ଦୁଃଖର ବିନାଶ ll
ନୀଳବର୍ଣ୍ଣl କାନ୍ତl ସୁଶ୍ରୀକନ୍ୟା
ଋତୁରାଣୀ ଦକ୍ଷ୍ୟା ନୃତ୍ୟାଙ୍ଗନା
ସବୁଜିମା ପରୀ ସୁଲକ୍ଷଣl
ଚଞ୍ଚଳାଙ୍ଗୀ ଚପଳା ଝରଣା ll
ନବପ୍ରାଣl ପଲ୍ଲବୀତା ଧରା
ତୁମ ସ୍ପର୍ଶ କୁହୁକ ପସରା
ତନୁମନ ଆର୍ଦ୍ର କରି ପରା
ସ୍ୱଚ୍ଛ ଧାରା ଧରଣୀରେ ଝରା ll
କେବେତୁମେ ମାନିନୀଯାମିନୀ
କେବେ ପୁଣି ଶାନ୍ତି ପ୍ରଦାୟିନୀ
କେବେହୁଅ ରୁକ୍ଷା ପ୍ରକୋପିନୀ
କେବେ ସୃଷ୍ଟି ସଂହାର କାରିଣୀ ।।
ବନଲତା ଜାଲି
କୃଷ୍ଣପ୍ରସାଦ, ପୁରୀ
Readers Interaction