ପ୍ରୀତି – ବିଜୁ ପଟ୍ଟନାୟକ

Views: 56
0 0
Read Time:3 Minute, 3 Second

 

କଣ୍ଟକ ଲତା ର  ସବୁ କଣ୍ଟା

ଯଦି 

ଦେହେ ମୋର ଯିବ ଗଳି

ତଥାପି ପ୍ରୀତି ର ସଙ୍ଗୀତ ଗାଇ ବି

ଦରଦୀ ପ୍ରେମିକ ଭଳି

ପ୍ରେମ ପାଇଁ ଯଦି  ଜୀବନ ମାେ ଲୋଡା

ଦେଇଦେବି ହସି ହସି

ପ୍ରୀତି ମନ୍ଦାକିନୀ  ସ୍ୱଚ୍ଛ ପୀୟୂଷ କୁ

ପିଉଥିବି ଦିବା ନିଶି

ଫୁଲ ର କୋମଳ ସେଜେ ସୋଇ କେହି

ପ୍ରେମ ରେ ପାରିନି ଜିତି

ସାହସ ର ସହ ବନ୍ଧୁର ପଥ ରେ

ଗୋଡ଼ ଖସି ଯାଏ ନୀତି

ବାରମ୍ବାର ଲହୁ ଲୁହାଣ ହୋଇ ଯେ

ବିଖଣ୍ଡିତ ଅବୟବ

ଅବକ୍ଷୟ ପଛେ ହୋଇଯାଉ ମାତ୍ର

ପ୍ରେମ ଆମ୍ ବଞ୍ଚିଥି ବ

 ଧନୀ ଗରିବ ର ପାର୍ଥକ୍ୟ କୁ ଡେଇଁ

ଅନାହାର ଚିର ସାଥୀ

ଓଳିଏ ଖାଇଲେ ଓଳିଏ ଉପାସ

ମନେ ନାହିଁ ଟିକେ ଭିତ୍ତି

ବଡ଼ କଠିନ ସେ ପ୍ରୀତି କୁ ପାଳିବା

ସବୁ ବ୍ରତ ଠାରୁ ଶ୍ରେଷ୍ଠ

କେତେ ନିଷ୍ଠା ଜାଣ ପ୍ରେମ ପାଇଁ ଲୋଡା

କେତେ ତ୍ୟାଗ ସତ୍ୟନିଷ୍ଠ

ପାର୍ଥିବ ସଂପର୍କ ଡେଇଁ ପ୍ରେମ 

ପରା

ଅନ୍ତରୀକ୍ଷ   ରେ ଶାଶ୍ଵତ

ଛାନ୍ଦ କପଟ ଠୁ ଅନେକ ଉର୍ଦ୍ଧ ରେ

ନାହିଁ ତାର କିଛି ସ୍ରୋତ

କୁଳ କିନା ରା କୁ  ଲଂଘି ପ୍ରେମ

ସ୍ରୋତ

ସମୁଦ୍ରେ ମିଶିବା ପାଇଁ

ମହସୁଖେ ମହା ମିଳନ ହୋଇବ

ଏ ଜନ୍ମ ନ ହେଲେ ନାହିଁ ||

ବିଜୁ ପଟ୍ଟନାୟକ

ସାକ୍ଷୀଗୋପାଳ

Share this :
Next Post

ବର୍ଷା - ବନଲତା ଜାଲି

  ବର୍ଷା ତୁମେ ଅପରୂପl ନାରୀ  କଳ୍ପନାର ନୃତ୍ୟାଙ୍ଗନା ପରୀ  ଭାବୁକର ପ୍ରେୟସୀ ସୁନ୍ଦରୀ  ଅମୃତର ସଞ୍ଜିବନୀ ବାରୀ ll ନିଦାଘର ଉତ୍ତାପ ନାଶିନୀ  ପ୍ରଳୟର ତାଣ୍ଡବ କାରିଣୀ  କୃଷକର ଜନନୀ, ଭଗିନୀ  ପ୍ରାଣୀଙ୍କର ମଙ୍ଗଳଦାୟିନୀ ll ଶ୍ରାବଣର ପାଦର ଘୁଙ୍ଗୁର  ରିମଝିମ ତାଳର ଝଙ୍କାର  ସଂଗୀତର ତୁମେ ସାତ ସୁର  କବିତାର ଶବ୍ଦର ସମ୍ଭାର ll ସପନର କୁହୁକ ପରଶ  ଭାବନାର ଅସରନ୍ତି ଶେଷ  କଦମ୍ବ ଓ କେତକୀ […]

Subscribe US Now