Read Time:2 Minute, 4 Second
ଜୀବନ ଜଳୁଛି ଯନ୍ତ୍ରଣା ଜୁଇ ରେ
କଲବଲ କରେ ପ୍ରାଣ
ସମୟ କେମିତି ବଦଳି ଯାଉଚି
ହଜିଛି ପୁରୁଣା ଦିନ।
ଆଶ୍ୱିନ ମାସ ଟା ବୈଶାଖ ସାଜିଛି
ଆକାଶ ରୁ ଝରେ ନିଆଁ
ଦିନ ସାରା ଦେହ ହୁଏ କଲବଲ
ରାତିରେ ଝାଞ୍ଜି ର ବା ଆ।
ଦାଣ୍ଡ ଘାଟ ସବୁ ଖାଁ ଖାଁ ଲାଗେ
ଘାରିଛି କରୋଣା ଭୟ
ମୃତ୍ୟୁ ର ଭୟ ତାଣ୍ଡବ ରଚୁଚି
ପରାଣ ହୁଏ ଅଥୟ।
ଆଜି କଥା ପରା କାଲିକି ରହୁନି
କାଲିକି ଦେଖିଚି କିଏ
କାଲି କଥା ଭାବି ଦେହ ଉଠେ ଥରି
ନିଃଶ୍ୱାସ ଅଟକି ଯାଏ।
ସଭିଙ୍କର ପ୍ରାଣେ ହେଉଛି ଜ୍ଵଲ୍ ନ
କେତେବେଳେ କେଉଁ କଥା
ହୁସିଆର୍ ରହି ଆଗକୁ ଚାଲିଲେ
ହଟିବ ଜ୍ଜଳନ ବ୍ୟଥା।
ବିଜୟ କୁମାର ସ୍ବାଇଁ,ଆଚାର୍ଯ୍ୟ,ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର
ଶଙ୍କର ପୁର, କଟକ
Readers Interaction