ବିଶ୍ଵ ସ୍ୱାକ୍ଷରତା ଦିବସ – ରାମ ଚନ୍ଦ୍ର ମହାନ୍ତି

Views: 24
0 0
Read Time:1 Minute, 35 Second

 

ରହିବା ନାହିଁ କେହି ମୂରୁଖ

ସଭିଏ ଯିବା ପଢି,

ଅଜ୍ଞାନ ତା ଦୂରେଇ ଦେଇ

ଦେଶକୁ ଦେବା ଗଢ଼ି।।

ଅମା ଅନ୍ଧାର କୁତ୍ସା ସଂସ୍କାର

ଅନ୍ଧ ବିଶ୍ବାସ ଯେତେ,

ଜ୍ଞାନ ଆଲୋକ ବିକିରଣ ରେ

ଲୋପ ପାଇବ ସେତେ ।।

ହେବା ସ୍ୱାକ୍ଷର ଦେଶ ମଧ୍ୟର

ନିରକ୍ଷରତା ଛାପ,

ରଖିବା ନାହିଁ ମାତୃ ଭୂମିରେ

ରହିଲେ ହେବ ପାପ ।।

ଶିକ୍ଷାର ମାନ ବଢିଲେ ଜାଣ

ଦେଶ ଆଗେଇ ଯିବ,

ଲେଖି ଶିଖିବା ପଢି ଜାଣିବା

କହି ଜାଣିବା ଆଗ ।।

ସର୍ବେ  ପଢନ୍ତୁ ସର୍ବେ ବଢନ୍ତୁ

ଅଭିଯାନ ଟି ଆମ,

ସଫଳ ହେବ ଦେଶ ହସିବ

ରଖିବା ଆମ ନାମ।।

ରାମ ଚନ୍ଦ୍ର ମହାନ୍ତି

ବେଲଗୁଣ୍ଠା

ଗଞ୍ଜାମ

Share this :
Next Post

ଜ୍ଵଳନ - ବିଜୟ କୁମାର ସ୍ବାଇଁ

  ଜୀବନ ଜଳୁଛି ଯନ୍ତ୍ରଣା ଜୁଇ ରେ    କଲବଲ କରେ ପ୍ରାଣ ସମୟ କେମିତି ବଦଳି ଯାଉଚି     ହଜିଛି ପୁରୁଣା ଦିନ। ଆଶ୍ୱିନ ମାସ ଟା ବୈଶାଖ ସାଜିଛି       ଆକାଶ ରୁ ଝରେ ନିଆଁ ଦିନ ସାରା ଦେହ ହୁଏ କଲବଲ     ରାତିରେ ଝାଞ୍ଜି ର ବା ଆ। ଦାଣ୍ଡ ଘାଟ ସବୁ ଖାଁ ଖାଁ ଲାଗେ   […]

Subscribe US Now