ଝୁରୁଛେଁ ତୋର୍ ଗୁଡର୍ ପଏରି ଶବଦ୍
ଘର୍ ବାଟ୍ ମୁହେଁ ବସି
ଜୁରା ଗରିଆ ଖାକେ ଧରି ଜଉଥିଲୁ
ଦେଖି ମୁଲ୍ଲି ଦେଉ ହଁସି ।।
ଝୁରୁଛେଁ ତୋର୍ କଜଲି ଆଖି କେ
ଦେଖୁଛେ ରାତି ସପନ୍
କାନର୍ ଝୁମୁକା ତୋର୍ ଆଖି ନାଚୁଛେ
ତୋର୍ ମୁହୁଁଟା ଚକା ଜନ୍ ।
ଦିହେଁ ପନ୍ଧିଛୁ ନନୀ ସପ୍ ଟା ଶାଢ଼ୀ
ମନ୍ କେ ନେଉଛେ ଘେନି
କୁଚ୍ କୁଚିଆ କଲିଆ ବାଲର୍ ଗଜରା
ଦେଖି ହେଉଛେଁ ହୁର୍ଗୁନି ।
ନାକର୍ ଗୁନା ତୋର୍ ଚମ୍କି ଜାଉଛେ
ପଡୁଛେ ଜେଭେ ଖରା
ଦିହିଁ ଟା ମୋର୍ ସିତେଇ ଜାଏସି ଲୋ
ନାଇଁ ଲାଗେ ରାତି ଝୁମୁରା।
ଝୁରୁଛେ ବନ୍ଧ ଆରିର୍ ବୁଢ଼ା ବରଗଛ୍
କୁଢିଁ କାଚିଁ ଖେଲୁଥିଲା ମିସି
ହାତେ ଧରି ତୁଇ କାଠର୍ ପୁତୁଲି ଟେ
ସେ ଦିନ୍ ମାନେ ସୋର୍ ହେସି ।
ଝୁରୁଛେଁ ଅଁଠି ପହର୍ ତତେ ମୁଇଁ
ନାଇଁ ପାରୁଛେଁ ଲୋ ଭୁଲି
ପିର୍ତି ମହନି ଚଖେଇ ଦେଇ ମତେ
କେନକେ ଗଲୁ ଲୋ ଚାଲି ।
ଆସବୁ ବଲି ତୋର୍ ଫିର୍ଲା ବାଟ୍ କେ
ମୁଇଁ ଅଛେଁ ଧନରେ ଟାକି
ଘର୍ ଆଡେ ତୋର୍ ଜାଏସି ବୁଲି ଲୋ
ତତେ ପାର୍ମି କେଁ ବଲି ଦେଖି
ଉତ୍ପତିଆ ମନ୍ ମୋର ଘାଏ ଥାବେ ନି
ଖାଲି ତୋର୍ ଆଡେ ଧାଏଁ
କେତେ ଦମ୍ ଧରି ରହେମି ସଜନୀ
ମନ୍ ମୋର୍ ବାଏଁ ବାଏଁ
ତଡପି ତଡପି ଦିନ୍ କଟୁଛେ ମୋର୍
ଗଲୁ କେନ୍ ଠାନେ ଲୁକି
ତୋର୍ ଆଡେ ମନ୍ ରପ୍ଟି ଜାଉଛେ
ମତେ ଦେଲୁ କେଁ ଜେ ଠକି
ଦୁଇ ଦିନିଆଁ ପିର୍ତି କରି କେଁ ଜେ ଲୋ
କନ୍ଦେଇ ଦେଇ ଗଲୁ ତୁଇ
ମନର୍ ଦୁଖ୍ କାହାକେ କହେମି କହ
ତୋର୍ ବିନେ ନି ପାର୍ବାର ରହି
ଦିଲେଶ୍ ମେହେର
ବିଜେପୁର
ବରଗଡ଼
Readers Interaction