Read Time:1 Minute, 52 Second
ତୁ
ସତ୍ୟ
ଶାଶ୍ୱତ
ଜଗନ୍ନାଥ,
ଶାନ୍ତିର ଦୂତ
ପତିତପାବନ
ନୀଳକନ୍ଦର ପ୍ରଭୁ
ବର୍ତ୍ତମାନ ଭବିଷ୍ୟତ ।
ତୁ ରାମକୃଷ୍ଣ ମତ୍ସ୍ୟକୂର୍ମ
ପ୍ରଭୁ ବରାହ- ନୃସିଂହ- ବୁଦ୍ଧ,
ପର୍ଶୁରାମ-ବଳରାମ-ବାମନ
ମ୍ଳେଚ୍ଛନାଶୀ କଳ୍କୀ ଙ୍କର ମହଯୁଦ୍ଧ ।
ବିଶ୍ବାବସୁ ର ବିଶ୍ଵାସୀ ଠାକୁର ପ୍ରଭୁ
ତୁ ଇନ୍ଦ୍ରଦ୍ୟୁମ୍ନ ର ଆତ୍ମାର ଇନ୍ଧନ ଦେଲୁ
ଷୋଳକଳl ଆଣି ନନ୍ଦବଳl ଠାରୁ ସାଆନ୍ତେ
କଳାଠାକୁର ବୋଲି ସୁନ୍ଦରିଆ ନାଁ ରଚିଲୁ
ଶ୍ରୀବତ୍ସ ବ୍ରାହ୍ମଣ ଗୋଇଠା ଖାଇଲୁ ହୃଦୟେ ବହି
ଶବରୀ ଅଇଁଠା ଲୁଚାଇ ଖାଇଲୁ ବନବସେ ରହି
ଦାସିଆ ନଡ଼ିଆ ସାଲବେଗ ଲୁହ ଧରିଛ ଦୟସିନ୍ଧୁ,
ଭକତି ରେ ବନ୍ଧା ଭକତି ଛନ୍ଦା ବଦଦେଉଳିଆ ବନ୍ଧୁ ।
ରବୀନ୍ଦ୍ରକୁମାର ବେହେରା
ନଦୀକୂଳସାହି, ଶିଖରପୁର
କଟକ -୪
Readers Interaction