Read Time:1 Minute, 49 Second
ପୂରୁବ ଦିଗରେ ଉଇିଁଲେ ସୂର୍ଯ୍ୟ
ହୋଇଥାଏ ନିତି ସକଳ କାର୍ଯ୍ୟ,
ଅନ୍ଧାରକୁ ସିଏ କରଇ ନାଶ
ତା ପାଇିଁ ଜଗତ ଦେଖେ ଆକାଶ।
ଜଳ ସ୍ଥଳ ତାର ସବୁଠି ବାସ
ତେଜରେ ଜଗତେ ହୁଅଇ ଚାଷ,
ଅହସ୍ୟ ହୋଇଲେ ତାହାରି ତାତି
ସହି ପାରେନାହିଁ ଆମ ପ୍ରକୃତି।
ବୃକ୍ଷଲତା ଯେତେ ଉଠନ୍ତି ଚେଇିଁ
ସରୋବରେ ପରା ଫୁଟଇ କଇିଁ,
ପଶୁପକ୍ଷୀ କୀଟ ପତଙ୍ଗଗଣ
ସର୍ବେ କରିଥାନ୍ତି ପ୍ରାଣ ଧାରଣ।
ଭୂମିରେ ପଡିଲେ ଦିଶେ ଉଜ୍ବଳ
ସ୍ବଛ୍ଛ ହୋଇଯାଏ ନଦୀର ଜଳ,
ସୁନ୍ଦରତାର ସାଜେ ଆଧାର
ଧରାକୁ ଆସଇ ସେ ବାରମ୍ବାର।
ବୃକ୍ଷପାଇିଁ ଲୋଡା ପ୍ରତିଟି ବିନ୍ଦୁ
ଖାଦ୍ୟ ପ୍ରସ୍ତୁତିରେ ସାଜଇ ବନ୍ଧୁ,
ତା ବିନା ଜଗତ ହୋଇବ ଧ୍ବଂସ
ଆଲୋକିତ କରେ ସେ ସାରାବିଶ୍ବ।
ସରୋଜ କୁମାର ସାହୁ
ଆଠଗଡ
କଟକ
Readers Interaction