ଜୀବନ ଗଣିତ – ମୃତ୍ଯୁଞ୍ଜୟ ସାହୁ

Views: 23
0 0
Read Time:1 Minute, 35 Second

ଜୀବନର ଗଣିତ କଷୁ କଷୁ

କେବେ ଯେ 

ସିଦ୍ଧାନ୍ତରେ ପହଞ୍ଚିଗଲି 

ଜାଣିପାରିଲି ନାହିଁ |

ଅତିକ୍ରାନ୍ତ କରୁଥିବା ସମୟରେ 

କେତେ ଯେ 

ମିଶାଣ, ଫେଡ଼ାଣ, ଗୁଣନ, ହରଣ କରିଛି 

ତାହା ବି ଜାଣିନାହିଁ ||

କେବେ ଜୀବନର 

ସରଳ ପ୍ରଶ୍ନକୁ କଷୁଥାଏ ତ 

କେବେ 

ଜ୍ୟାମିତିର ଜଟିଳ ସମସ୍ୟା ଭିତରେ 

ଛନ୍ଦି ହୋଇଯାଏ ମୋର ଚଲାପଥ |||

କେବେ ପୁଣି 

ପରିମିଟିର ପରିମାପନ ପରି 

ସମାଧାନ କରୁଥାଏ 

ମୋ ଜୀବନର ପ୍ରଶ୍ନ ||||

ତ କେବେ 

ଅଙ୍କନ ଭଳି ଆଙ୍କୁଥାଏ 

ଜୀବନର ପଥ 

କେତେ ସିଧା, କେତେ ବାଙ୍କ |||||

ମୃତ୍ୟୁଞ୍ଜୟ ସାହୁ

ବଡମ୍ବା, କଟକ

Share this :
Next Post

ସୂର୍ଯ୍ଯ - ସରୋଜ କୁମାର ସାହୁ

ପୂରୁବ ଦିଗରେ ଉଇିଁଲେ ସୂର୍ଯ୍ୟ ହୋଇଥାଏ ନିତି ସକଳ କାର୍ଯ୍ୟ, ଅନ୍ଧାରକୁ ସିଏ କରଇ ନାଶ ତା ପାଇିଁ ଜଗତ ଦେଖେ ଆକାଶ। ଜଳ ସ୍ଥଳ ତାର ସବୁଠି ବାସ ତେଜରେ ଜଗତେ ହୁଅଇ ଚାଷ, ଅହସ୍ୟ ହୋଇଲେ ତାହାରି ତାତି ସହି ପାରେନାହିଁ ଆମ ପ୍ରକୃତି। ବୃକ୍ଷଲତା ଯେତେ ଉଠନ୍ତି ଚେଇିଁ ସରୋବରେ ପରା ଫୁଟଇ କଇିଁ, ପଶୁପକ୍ଷୀ କୀଟ ପତଙ୍ଗଗଣ ସର୍ବେ କରିଥାନ୍ତି ପ୍ରାଣ ଧାରଣ। ଭୂମିରେ […]

Subscribe US Now