Read Time:2 Minute, 9 Second
ଅବନା ଅକ୍ଷର ଶିଖାଇଲେ ହାତେ
ଓଁ କାର ଶବଦ ଭରିଦେଲେ ତୁଣ୍ଡେ ,
ସେହୁ ମୋର ଗୁରୁଦେବ ଯେ…
ତା’ଙ୍କୁ କରେ ନମସ୍କାର ଯେ ||
ଗୁରୁ ମୋର ତାତ ଗୁରୁ ମୋର ମାତ
ଗୁରୁ ମୋ ବନ୍ଧୁ ସ୍ୱଜନ |
ଗୁରୁ ମୋ ଦେବତା ଗୁରୁ ଜ୍ଞାନଦାତା
ଗୁରୁ ଦେଲେ ମୋ ଜୀବନ |
କରେ ପ୍ରଣିପାତ ଘୁଞ୍ଚିବ ପ୍ରମାଦ
ଗୁରୁ ମୋର କର୍ମଦାତା ଯେ..||
ବିଦ୍ୟା ଆରମ୍ଭରେ ଯାତ୍ରା ଆରମ୍ଭରେ
ଧରିଥିବି ଗୁରୁ ନାମ |
ଜନ୍ମଠୁ ମରଣ ସବୁଠି ସେ ଜାଣ
ଗୁରୁ ଟି ପରମବ୍ରହ୍ମ |
ଗୁରୁ ନାମ ଧରି ତପୀଯା’ନ୍ତି ତରି
ପାପୀ ଲୋକ ତରି ଯା’ନ୍ତି ଯେ,
ସେହୁ ମୋର ଗୁରୁ ଦେବ ଯେ….||
ଅନୀତା ବେହେରା
ବଡମ୍ବା
କଟକ
Readers Interaction