ଅନୁତାପ – ଜ୍ଯୋତିର୍ମୟୀ ପଣ୍ଡା

Views: 30
0 0
Read Time:1 Minute, 24 Second

ଫେରାଇ ନିଅ

ତୁମର ସେ 

ସମ୍ମୋହନ ମନ୍ତ୍ର 

ଯେଉଁ ମନ୍ତ୍ରେ, 

କରିଥିଲ ମୋତେ 

ଅଭିମନ୍ତ୍ରିତ…… 

ମୁଁ ଆଉ

ହେବାକୁ ଚାହୁଁନି 

ତୁମ ମନସ୍କ 

ଶକ୍ତ ଧକ୍କା 

ଖାଇଲା ଦିନଠୁ 

……. ତୁମଠୁ!! 

ହେଲି, ଯାହା

ଅନୁଗାମୀ ତୁମ 

ତା’ଫଳ ପାଇଲି.. 

ପରିଣାମେ

ଫାଟିଲା କପାଳ

ଫିଟିଲା ବନ୍ଧନ 

ଛିଡିଲା ସଂପର୍କ

ଭାଙ୍ଗିଗଲା ମନ, 

ଅନୁତାପ ନିଆଁ ରେ

ଜଳିଲା ଜୀବନ… 

ସେଥିପାଇଁ

ତୁମକୁ ମୁଁ

କରୁନି ଆରୋପ 

ନିଜେ ତ’ ମୁଁ 

କରିଛି ବରଣ

….ମୋ ମରଣ!!

ଜ୍ଯୋତିର୍ମୟୀ ପଣ୍ଡା

ବଡମ୍ବା

କଟକ

Share this :
Next Post

ଗୁରୁଦେବ ମୋର - ଅନୀତା ବେହେରା

  ଅବନା ଅକ୍ଷର ଶିଖାଇଲେ ହାତେ         ଓଁ କାର ଶବଦ ଭରିଦେଲେ ତୁଣ୍ଡେ , ସେହୁ ମୋର ଗୁରୁଦେବ ଯେ…           ତା’ଙ୍କୁ କରେ ନମସ୍କାର ଯେ || ଗୁରୁ ମୋର ତାତ  ଗୁରୁ ମୋର ମାତ         ଗୁରୁ ମୋ ବନ୍ଧୁ ସ୍ୱଜନ | ଗୁରୁ ମୋ ଦେବତା   ଗୁରୁ ଜ୍ଞାନଦାତା   […]

Subscribe US Now