ଥରେ ଦେଖା ଦିଅ ପ୍ରଭୁ – ସନ୍ଧ୍ଯାରାଣୀ ଦାଶ

Views: 13
0 0
Read Time:1 Minute, 44 Second

ଜୀବନ ଜୀବିକା ଏଇତ ଜୀବନ
ସରି ସରି ଆସେ ଆୟୁ
ମାୟା ବନ୍ଧନ ଟା ତୁଚ୍ଛ ଲାଗିଲାଣି
ଉଡିବ କି ପ୍ରାଣ ବାୟୁ।

କି ଦୋଷ କରିଛି କହିବ କିପ୍ରଭୁ
ରୋଷ ଭାଙ୍ଗି ଦେଇ ମନୁ
ଦୋଷ ଦୁରାଇବି ସୂପଥରେ ଯିବି
ହେ ମୋର କାଳିଆ କାହ୍ନୁ।

ଦେଇ ଦେଇ ତୁମେ ଦାତା ବୋଲାଇଛ
ଜଗତ ବୁଲଇ କହି
ଦରଶନ ପାଇଁ ମାଗିଥିଲି ଭିକ୍ଷା
କେମିତି ପାରିଲ ସହି।

ଥରକ ପାଇଁ କି ଦୁଃଖ ଶୁଣିଲ ନି
କାହାକୁ କହିବି କୁହ
ହୃଦୟ ବେଦନା ଯନ୍ତ୍ରଣା ଦେଉଛି
ଲୁଚାଇ ପାରୁନି କୋହ।

କାନି ପା ତି ଦେଇ ମାଗୁଛି ତୁମକୁ
ଚରଣେ ଶରଣ ଦିଅ
ଜୀବନ ର ଦୀପ ଲିଭିବା ପୂର୍ବରୁ
ଥରେ ମୋତେ ଦେଖା ଦିଅ।

ସନ୍ଧ୍ଯାରାଣୀ ଦାଶ

Share this :
Next Post

ଶ୍ରମିକ - ବାଙ୍କାବିହାରୀ ମହାକୁର

ଶ୍ରମେ ହୋଇ ବ୍ରତି ଖଟେ ଦିନରାତି ଖରା ବରଷା ଶୀତ ଅକ୍ଲାନ୍ତ କଷନ ହର୍ଷ ଭରା ମନ ସୁଖ ହେବ ବୋଲି ପ୍ରାପ୍ତ । ଖୋଜେନି ସମ୍ମାନ ଲୋଡେନି ଆସ୍ଥାନ କର୍ମ କ୍ଷେତ୍ରେ ଯାଏ ମାତି ବନ୍ଧୁ ସହୋଦର ଭୁଲି ଘରଦ୍ବାର କାମକୁ କରେ ସେ ସାଥି । ମାଳିକ ଯାତନା ନକରେ ଭାବନା ଶୁଣି ଦେଇ ଯାଏ ଭୁଲି କୁଟୁମ୍ବ ପୋଷଣ ଶିକ୍ଷା ବସ୍ତ୍ର ଅନ୍ନ କେମିତି କରିବ […]

Subscribe US Now