ଶ୍ରମିକ – ବାଙ୍କାବିହାରୀ ମହାକୁର

Views: 32
0 0
Read Time:2 Minute, 16 Second

ଶ୍ରମେ ହୋଇ ବ୍ରତି ଖଟେ ଦିନରାତି
ଖରା ବରଷା ଶୀତ
ଅକ୍ଲାନ୍ତ କଷନ ହର୍ଷ ଭରା ମନ
ସୁଖ ହେବ ବୋଲି ପ୍ରାପ୍ତ ।

ଖୋଜେନି ସମ୍ମାନ ଲୋଡେନି ଆସ୍ଥାନ
କର୍ମ କ୍ଷେତ୍ରେ ଯାଏ ମାତି
ବନ୍ଧୁ ସହୋଦର ଭୁଲି ଘରଦ୍ବାର
କାମକୁ କରେ ସେ ସାଥି ।

ମାଳିକ ଯାତନା ନକରେ ଭାବନା
ଶୁଣି ଦେଇ ଯାଏ ଭୁଲି
କୁଟୁମ୍ବ ପୋଷଣ ଶିକ୍ଷା ବସ୍ତ୍ର ଅନ୍ନ
କେମିତି କରିବ ଭାଲି ।

ଘର ଖେତଖଲା ଚାଷ ପଶୁଶାଳା
ରାସ୍ତାଘାଟ ବନ୍ଧାବାଡ
କଳକାରଖାନା ଗମନଗମନା
ସବୁଠି ଶ୍ରମିକ ଭିଡ ।

ଦେଶର ପ୍ରଗତି କଳାରାଜି କିର୍ତ୍ତୀ
ଶ୍ରମିକଙ୍କ ଅବଦାନ
ଯାଦୁ ସ୍ପର୍ଶ ହସ୍ତ ଗଢଇ ଜୀବନ୍ତ
ଦେଶକୁ ମିଳେ ସମ୍ମାନ ।

ହେୟ ନ କରିଲେ ଶ୍ରମିକ ହସିଲେ
ନ କଲେ ସିଏ ଭାଲେଣୀ
ଭାବ ପାରିଜାତ ହେଲେ ସୁବାସିତ
ରଚିବେ ନବ କାହାଣୀ ।

ବାଙ୍କାବିହାରୀ ମହାକୁର
ବୁରୁବୁଡା ବୀରମହାରାଜପୁର ସୁବର୍ଣ୍ଣପୁର

Share this :
Next Post

RED EYES OF THE SUN - Prasanna Bhatta

Sun, your anger of the red eyes, Surpasses the sizzling beyond tolerance. Sizzles day and night all day Without shed Spreading the flame of fire over the world . Stinging like prickling of thorn In the bushy forest, Survival of life is tormenting in your hot shot. Sun replies, “It […]

Subscribe US Now