ମୁଁ ଶ୍ରମିକ – ପ୍ରତାପ ଚନ୍ଦ୍ର ମିଶ୍ର

Views: 15
0 0
Read Time:4 Minute, 41 Second

କେମିତି କହିବି

  • ଜୀବନ ଜାତକ
    ଶ୍ରମିକ ଜନମ ମୋର
    ସୁରୁଜ ଉଇଁଲେ
    ଜୀବିକା ଟାଣେ
    କରିବାକୁ ଯୋଗାଡ଼
    ଦିନକର ଆହାର।

    ପଖାଳ ପିଆଜ
    ବାଡି ଶାଗ ଭଜା
    ଲେମ୍ବୁ ଲଙ୍କା ଖାଦ୍ୟ
    ଜୀବନ ଖୋରାକ ଦିଏ ଏ ହାତ ବିଣ୍ଡି ଶକ୍ତ ଶିରା ପ୍ରଶିରା କୁଶଳୀ ଶ୍ରମିକ ର ପରିଚୟ ଇ ଏ।

    ଶୀତତାପ ଘରେ
    ମୁଣ୍ଡ କିଏ ଖଟାଏ
    ପ୍ରଚଣ୍ଡ ରୌଦ୍ରତାପରେ
    କାହା ଖଟ ମୁଣ୍ଡାଏ ମୁଁ
    ମୂଷଳ ଧାରାରେ
    ବରଷା ହେଲେବି
    କାହା ସମ୍ପଦ ସଜାଡି
    କର୍ମ ଆଦରି ଥାଏ ବି ମୁଁ।

    ପୁରା ଦିନର ଖଟଣି ପରେ ସନ୍ଧ୍ୟା ରେ ମୋ ଘର ବାହୁଡ଼ା
    ଶରୀର ପୀଡ଼ା ସାଥିରେ
    ନେଇ ସକାଳୁ ପୁଣି ଜୀବନ ହୁଏ ସଜଡ଼ା।

    ସବୁ ଋତୁ ମୋର
    ସଖା ସହଦୋର
    ଶରୀର ତନ୍ତ୍ରୀ କୁ
    ସୁରକ୍ଷା ଯୋଗାନ୍ତି
    ଧନୀ ବାବୁଙ୍କ ଯେସନ
    ଚିକିତ୍ସାଳୟ ଭରସା
    ମୋ ପରିବାର ଠାରୁ ଦୂରେଇ ରଖନ୍ତି।

    ସରକାରୀ ବ୍ୟବସ୍ଥା
    ଆଳ ପଡ଼ା ଠାରୁ
    ପାଉଁଶ ହେବା ଯାଏଁ
    ସବୁ ଥିରେ ବନ୍ଦୋବସ୍ତ ଖଞ୍ଜା
    ବିପଦ ଆସିଲେ
    ପ୍ରଭୁ ହିଁ ଭରସା
    ଚାଲିଛି ଜୀବନ
    ର ଝଡ଼ ଝଂଜା।

    ପୁରା ବିଶ୍ଵ ରେ କର୍ମଠ
    ଶ୍ରମିକ ଶୋଷଣ ର ଶିକାର ତଳେ
    ବିଶ୍ଵ ସମୁଦାୟର
    ପ୍ରଗତ୍ତି ପଥରେ ତଥାପି
    ଯୋଗଦାନ ଦେଇ ଚାଲେ।

    ମୁହଁ ଫେରାଇ ଦେଲେ
    ବିମୁଖ ହୋଇ
    ହାତ ବାରିଶି ଭୁଶୁଡ଼ି ଯିବ ।
    ଅତ୍ୟାଚାର ସୀମା ଟପି ଗଲେ
    ଦୁନିଆ ଅଟକି ଅକାମୀ ହୋଇ ଯିବ ।

    ଆଗାମୀ ଦିନ ର ସମ୍ଭାବନା ନେଇ
    ଭବିଷ୍ୟ ପିଢ଼ି କୁ ସୂଚାଏ
    ଶ୍ରମିକ ମାଲିକ ଭିନ୍ନ ନୁହନ୍ତି ଜେ ଝା କର୍ମ ଆଦରି ଥାଏ।

    ବାହାରେ ଶ୍ରମିକ ବୋଲାଏ ହେଲେ
    ଶକ୍ତ କର୍ମ ଶ୍ରମ କୁଶଳତା ଯୋଗୁଁ
    ଅନ୍ତରାଳେ ମାଲିକ ବି
    ବଡ଼ ଶ୍ରମିକ ଟିଏ ମୋଠାରୁ ;
    ଧାରାରେ ଜନ୍ମ ଦେଇଛନ୍ତି
    ଯାହା ଲଲାଟରେ ବିଭୁ।

    ମଣିଷ ହୋଇ ଜନମ
    ଲଭିଛେ ସୁକରମ କରିଯିବା
    ଶ୍ରମିକ ହୋଇ ସୁକିର୍ତି
    ଅରଜି ପୁଣି ପ୍ରୀତି ର ଦ୍ଵିତୀୟ କୋଣାର୍କ ଗଢି ତୋଳିବା ।

ପ୍ରତାପ ଚନ୍ଦ୍ର ମିଶ୍ର

ଆସ୍କା, ଗଞ୍ଜାମ

Share this :
Next Post

ଏମିତି ଦିନ କି ହେବ ହେ ହରି - ଗୋପେନ୍ଦ୍ର ସାହୁ

ଏମିତି ଦିନ କି ହେବ ହେ ଜଗଦୀଶ୍ବର ଶ୍ରୀ ହରି ଯେବେ ରାଧା ରାଧା ରାଧା ବୋଲି ପ୍ରାଣେ ସୁଧା ଧାରା ପଡିବ ଝରି ଏମିତି ଦିନ କି ହେବ ହେ ହରି….।।୦।। ହୃଦୟପଦ୍ମ ମୋ ଉଠିବ ଫୁଟି ଅନ୍ଧକାର ମନୁ ଯିବ ଯେ ଛୁଟି ଧରା ତଳେ ସେବେ ପଡିବି ଲୋଟି ରାଧା ରାଧା ଗାଇ ଯିବି ସେପାରି ଏମିତି ଦିନ କି ହେବ ହେ ହରି….।।୧।। ସେବେ […]

Subscribe US Now