ମୁଁ ଶିଶୁ ଶ୍ରମିକ କହୁଛି – ଦିନବନ୍ଧୁ ବେଜ

Views: 23
0 0
Read Time:3 Minute, 27 Second

ପେଟରେ ଭୋକର ତାଡ଼ନା
ପିଠିରେ ସାନ ପିଲାଟିଏ ଲାଉ,
ବାପ ମା’ଙ୍କ ଖୋଜା ପଡେନି…
କାହିଁକିନା ବାପା ମାଆଙ୍କର
ଛାଡପତ୍ରରୁ ଛିଟିକି ପଡ଼ିଥିବା,
ତାଙ୍କ ଖୁସି ଆନନ୍ଦକୁ କ୍ଷତାକ୍ତ
କରିଥିବାରୁ ବୋଧେ ଆମ୍ଭେ
ତାଙ୍କପାଇଁ ଶାଗ ମାଛ ଭାଉ ।

ବାପା ଠିକାଦାର ନିର୍ମାଣର
ଆରପାଖ ସାହିବସ୍ତି ସର୍ଦ୍ଦାର
କନିଆଁର ଦୋକାଟିଆ ବର,
ମାଆ ପ୍ରେମିକା ସାଥି ଶ୍ରମିକର
ଅଲୋଡା ଆମ୍ଭେ ସମାଜର..
ଏଣୁହେ ଭଦ୍ର ସମାଜ ସେବକ….
ତୁମେ ଦେଖି ନଦେଖିଲା ପରି
ଅନାଇ ଅନାଇ ଚାଲି ଯାଉଛ ।

ଆମ ପରି କେତେ ପିଲାଙ୍କର
ଘର ହେଉଛି ଝୁପୁଡ଼ି ହୋଟେଲ,
ଆଇଁଠା ପ୍ଳେଟ ସାବୁନ ପାଣି ଓ
କାହାର ଘର ଚାକର ହୋଇଅଛୁ
ସହାୟକ ପୁଣି କାହା ଦୋକାନର ।

ପୁଣି ମୋତେ ଦେଖିବ ରାଜମିସ୍ତୀ
ଛୋଟ ଶ୍ରମିକଟେ ଇଟା ଦେବାର,
ପୁଣି ମହାଜନ ବୁଢାର ଅସକତ
ଆଣ୍ଠୁଗଣ୍ଠିକୁ ମାଲିସ କରୁଥିବାର,
ପୁଣି ବ୍ରଶ ଟିଏ ଧରି ବଗିରୁ ବଗିକୁ
ଜୋତା ପଲିସର ରେଳ ଗାଡିର ।

ହେ ଭଦ୍ର ସମାଜ ଦେଖ ନିରିଖେଇ
ଆମ୍ଭେତ ସନ୍ତାନ ଭାରତ ମାତାର
ବିକାଶ କର ଆମ୍ଭ ଗୁଣାବଳୀର,
ଆମ୍ଭକୁ ବଂଚିବାକୁ ଦିଅ ସ୍ଵାଧୀନର
ଆମପାଇଁ କିଛି କର ଆଜିର ଦିନର
ତେବେ ସାଫଲ୍ୟ ମଣ୍ଡିତ ହେବ
ଚିରାଚରିତ ଏହି ଶ୍ରମିକ ଦିନର ।

ବାଷଠୀ, ବାସୁଦେବପୁର,
ଭଦ୍ରକ, ଓଡ଼ିଶା
ଉପସ୍ଥିତ ଠିକଣା:-
ମାଲାକାନଗିରି, ଓଡ଼ିଶା

Share this :
Next Post

ଶ୍ରମିକ - ସରୋଜ କୁମାର ସାହୁ

ଶ୍ରମିକ କୂଳରେ ଜନମ ବୋଲିକି ଭାଗ୍ୟକୁ ଦିଏନି ନିନ୍ଦା ଗଢେସେ ହାତରେ ଭାଙ୍ଗେବି ହାତରେ ଶିଖିଅଛି ସବୁ ଧନ୍ଦା । ମିଳେନି ତା ପାଇିଁ ସ୍ନେହ କି ପ୍ରଂଶସା କେବେ ପୁରସ୍କାର ରାଶି ସୌଧ କି ପ୍ରାଚୀର ଗଢିଲେ ବି ହାତେ ମଜୁରୀରେ ପାଏ ଖୁସି । କବାଟ ନଥିବା ଝାଟିମାଟି ଘରେ ଶାଗ ପେଜ ପିଏ ନିତି ଚଳିତ ଆସୁଛି ପିଢି ପରେ ପିଢି ଶ୍ରମିକର ଏଇ ଜାତି […]

Subscribe US Now