ଶ୍ରମିକ – ସରୋଜ କୁମାର ସାହୁ

Views: 11
0 0
Read Time:1 Minute, 10 Second

ଶ୍ରମିକ କୂଳରେ ଜନମ ବୋଲିକି
ଭାଗ୍ୟକୁ ଦିଏନି ନିନ୍ଦା
ଗଢେସେ ହାତରେ ଭାଙ୍ଗେବି ହାତରେ
ଶିଖିଅଛି ସବୁ ଧନ୍ଦା ।
ମିଳେନି ତା ପାଇିଁ ସ୍ନେହ କି ପ୍ରଂଶସା
କେବେ ପୁରସ୍କାର ରାଶି
ସୌଧ କି ପ୍ରାଚୀର ଗଢିଲେ ବି ହାତେ
ମଜୁରୀରେ ପାଏ ଖୁସି ।
କବାଟ ନଥିବା ଝାଟିମାଟି ଘରେ
ଶାଗ ପେଜ ପିଏ ନିତି
ଚଳିତ ଆସୁଛି ପିଢି ପରେ ପିଢି
ଶ୍ରମିକର ଏଇ ଜାତି ।

ସରୋଜ କୁମାର ସାହୁ
ଖୁଣ୍ଟୁଣୀ,ଆଠଗଡ଼ ,କଟକ

Share this :
Next Post

ଶ୍ରମିକର ଆର୍ତ୍ତନାଦ - ଶ୍ରୀକାନ୍ତ ପଣ୍ଡା

ଶ୍ରମଦେଇ ଲହୁଲୁହାଣ ହୋଇଛି ସବୁରି ମୁହଁରେ ହସ ଫୁଟାଇଛି କରିନାହିଁ କେବେ ମାନ , ଅଭିମାନ ମୋର ଚି଼ରଶତୃ ଏଠି କରେ ଅନ୍ତରେ ରୋଦନ ।। ଅଭାବି ସଂସାରେ ଅଭାବି ନିଆଁରେ ଜଳେ ଏଠି ଅହରହ ତୁଣ୍ଡ ଖୋଲିନାହିଁ ଦରଦ ବାଣ୍ଟିନି ଓଠେ ପିଏ ଆଖି ଲୁହ ।। ହୀନମନ୍ୟତାକୁ ଆବୋରି ନେଇଛି ସବୁ ଦେହସୁହା କରିଛି ସୀମିତ ଅର୍ଥରେ ବୁଝି ବି ଯାଇଛି ଜଞ୍ଜାଳକୁ ମେଣ୍ଟାଉଛି ।। ବଡ଼ଲୋକ […]

Subscribe US Now