ଜଗନ୍ନାଥ (ଭାଗ-୮)-ଅମରଜିତ ମଲ୍ଲିକ

Views: 22
0 0
Read Time:1 Minute, 43 Second

ବରଷକେ ଥରେ
ଆଶୁଛୁ କାଳିଆ
ଦରଶନ ଦେବା ପାଇଁ
ଲକ୍ଷିମି ମାତାଙ୍କୁ
ସଂଗତେ ନ ନେଇ
ରଥରେ ଯାଉଛୁ ଧାଇଁ।।୧।
ଭାଇ ଭଉଣୀଙ୍କୁ
ସଙ୍ଗତରେ ନେଇ
ମାଉସୀ ମନ୍ଦିର ଗଲ
ପୋଡ଼ ପିଠା ଖାଇ
ନଅ ଦିନ ପରେ
ସେଠୁ ବାହୁଡ଼ି ଆସିଲ।।୨।
ବଡ଼ଦାଣ୍ଡେ ରଥ
ପହଁଚିଲା ଆସି
ଦରଶନ ତୋର ହେଲା
ନଅ ଦିନ ହେଲା
ଖାଲି ପଡିଥିଲା
ଅବଢ଼ା ପ୍ରସାଦ ଭଲା।।୩।
ବଡ଼ଦାଣ୍ଡେ ଆସି
ନାନା ପରକାର
ବେଶ ହୁଅଇ ତୁମର
ବେଶ ଦରଶନେ
ରୁଣ୍ଡ ହୋଇଯାନ୍ତି
ଲୋକ ହଜାର ହଜାର।।୪।
ମାତା ଲକ୍ଷ୍ମିଙ୍କର
ଅପେକ୍ଷାର ଅନ୍ତ
ହୋଇ ଯାଇଥାଏ ଶେଷ
ସୁନା ଖଡ଼ିକାର
ନାନାଦି ବ୍ୟଞ୍ଜନ
ପରୋଷି ଦିଅନ୍ତି ପାସ।।୫।

ଅମରଜିତ ମଲ୍ଲିକ
ବଡମ୍ବା, କଟକ

Share this :
Next Post

ମନ କଥା ବୁଝେ କିଏ - ଗୋପେନ୍ଦ୍ର ସାହୁ

ଅଶାନ୍ତ ମନର ନୀରବତା ଅନ୍ଧାର ରାତି ର ତାରା ହିଁ ବୁଝେ…. ଅଥୟ ମନର ଚଞ୍ଚଳତା ଅଳସି ଫୁଲ ର ବାସ୍ନା ହିଁ ବୁଝେ… ଅକୁହା ମନର ବ୍ୟାଥାଚିନ୍ତା ଅଭୂଲା ଦିନ ର ସ୍ମୃତି ହିଁ ବୁଝେ…. ଅଦେଖା ମନର ଗଭୀରତା ଅସ୍ପଷ୍ଟ ରାସ୍ତା ର ବାଙ୍କ ହିଁ ବୁଝେ….. ଅସ୍ଥିର ମନର ଭାବୁକତା ଅଧୀର ନଦୀ ର ସ୍ରୋତ ହିଁ ବୁଝେ….. ଅଭ୍ରାନ୍ତ ମନର ଅଧୀନତା ଅଲକ୍ତ ସନ୍ଧ୍ୟା […]

Subscribe US Now