ମନ କଥା ବୁଝେ କିଏ – ଗୋପେନ୍ଦ୍ର ସାହୁ

Views: 14
0 0
Read Time:1 Minute, 32 Second

ଅଶାନ୍ତ ମନର ନୀରବତା
ଅନ୍ଧାର ରାତି ର ତାରା ହିଁ ବୁଝେ….
ଅଥୟ ମନର ଚଞ୍ଚଳତା
ଅଳସି ଫୁଲ ର ବାସ୍ନା ହିଁ ବୁଝେ…
ଅକୁହା ମନର ବ୍ୟାଥାଚିନ୍ତା
ଅଭୂଲା ଦିନ ର ସ୍ମୃତି ହିଁ ବୁଝେ….
ଅଦେଖା ମନର ଗଭୀରତା
ଅସ୍ପଷ୍ଟ ରାସ୍ତା ର ବାଙ୍କ ହିଁ ବୁଝେ…..
ଅସ୍ଥିର ମନର ଭାବୁକତା
ଅଧୀର ନଦୀ ର ସ୍ରୋତ ହିଁ ବୁଝେ…..
ଅଭ୍ରାନ୍ତ ମନର ଅଧୀନତା
ଅଲକ୍ତ ସନ୍ଧ୍ୟା ର ଲାଲି ହିଁ ବୁଝେ….
ଅଚଳ ମନର ଚପଳତା
ଅଜଣା ପଥ ର ଯାତ୍ରୀ ହିଁ ବୁଝେ….
ଅହୃତ ମନର ଆବିଳତା
ଅମର ପ୍ରେମ ର ପ୍ରେମୀ ହଁ ବୁଝେ….

ଗୋପେନ୍ଦ୍ର ସାହୁ

ଖଲ୍ଲିକୋଟ ଆର୍ ଏସ୍ , କେଶପୁର, ଗଞ୍ଜାମ,ଓଡ଼ିଶା, ୭୬୧୦୨୯

Share this :
Next Post

ଡକ୍ଟର ମନୋଜ ଦାସ - ଅମରଜିତ ମଲ୍ଲିକ

ଉତ୍କଳ ଗୌରବ ଶଙ୍ଖାରୀ ଗ୍ରାମର ଡକ୍ଟର ମନୋଜ ଦାସ ପଦ୍ମ ବିଭୂଷଣ ଉତ୍କଳ ରତନ ପଦ୍ମଶ୍ରୀ ତାଙ୍କ ବିଶେଷ।।୧। ମାତା କାଦମ୍ବିନୀ ପିତା ମଧୁବାବୁ ତାଙ୍କର କୋଳରୁ ଜନ୍ମି ଉତ୍କଳ ଭାଷାର ଟେକ ରଖିଅଛି ତୁମର କବିତା ପୁଣି।।୨। ଜନ୍ମିଥିଲ ତୁମେ ସମ୍ଭ୍ରାନ୍ତ କୂଳରେ ପଢିଥିଲ କେତେ ପାଠ ଇଂରାଜୀ ଭାଷାରେ ଶିକ୍ଷା ଦେଉଥିଲ କରି ଡକ୍ଟରେଟ ଲାଭ।।୩। ଗରବର ଗାଥା ଗାଉଅଛି ପୁଣି ଉତ୍କଳର ପଟଛବି ତୁମରି କବିତା […]

Subscribe US Now