ବିଶ୍ବ ଶ୍ରମିକ ଦିବସ – ନିର୍ମଳ ନାୟକ

Views: 63
0 0
Read Time:1 Minute, 48 Second

କର୍ମ  ହିଁ  ଇଶ୍ୱର..
ଶ୍ରମ  ହିଁ  ଈଶ୍ୱର..
ଧର୍ମ  ହିଁ  ଇଶ୍ୱର..
ମର୍ମ  ହିଁ  ଇଶ୍ୱର  !!

ସକଳ ଘଟେ ନାରାୟଣ
ଅନାଦି  ପରମ  କାରଣ..
କର୍ମ  ମୋହର ନିଜ ଗୁରୁ
ଉଦ୍ଧବ  କେତେ ତୁ ପଚାରୁ !!

ଶ୍ରମ  ସାଧନେ ସର୍ବ ସିଦ୍ଧି..
କର୍ମ ହିଁ  ତୋର ପୂଜାଵିଧି..
କର୍ମେ ସନ୍ତୋଷ ସେ ଅନାଦି
କରନ୍ତି ସର୍ବ  କାର୍ଯ୍ୟ ସିଦ୍ଧି !!

ଶ୍ରମିକ  ରାଷ୍ଟ୍ର ର ମେରୁଦଣ୍ଡ
ରାଷ୍ଟ୍ର  ବିକାଶ ର କର୍ମ କାଣ୍ଡ
ଶ୍ରମିକ ସମାଜର ମାନଦଣ୍ଡ
ପୂଜା ପାଏ ସାରା ବ୍ରମହାଣ୍ଡ !!

ଶ୍ରମିକ ଦିବସ ଅବସରରେ..
ଶ୍ରମିକ  ଭାଇଙ୍କ  ହିତରେ..
ମଙ୍ଗଳ ମନାସେ ସତ୍ୱରେ
ଶ୍ରମ ପୂଜା ପାଉ ଦୁନିଆରେ !!

ନିର୍ମଳ ନାୟକ
151, ନାଗାର୍ଜୁନ କଲୋନୀ
ନାରା ରୋଡ, ଜରିପଟକା
ନାଗପୁର, ମହାରାଷ୍ଟ୍ର

Share this :
Next Post

ଶ୍ରମିକ - ଶ୍ରୀରାମ ସାହୁ

ପାହାନ୍ତି ପ୍ରହରୁ ରାତି ଅଧଯାଏ ନିଇତି ମୁଁ ଖଟୁଥାଏ। ଏଦେଶ ଉନ୍ନତି ପ୍ରଗତି ଦିଗରେ ସଦା ସହାୟକ ହୁଏ।୦ ଗାଆଁ ପୁରପଲ୍ଲୀ ସହର ନଗର ଏନେତ୍ର ଦେଖଇ ଯାହା। ମୁଁ ତାର ନିର୍ମାତା ଯୁଗଯୁଗ ଧରି ଶୁଣିନି କା ମୁଖୁ ଆହା। ମୁଣ୍ଡଝାଳ ମୋର ତୁଣ୍ଡରେ ପିଇଛି ରକତ ଦେଇଛି ଯିଏ।୧ ପାହାନ୍ତି ପ୍ରହରୁ……… ଖରା ବରଷାକୁ ଖାତିରି ନକରି ପରିଶ୍ରମ ନିତି କରେ। ନିଜ ଘରକଥା ଭୁଲିଯାଇ ଥାଏ […]

Subscribe US Now