ଶ୍ରମିକ – ଶ୍ରୀରାମ ସାହୁ

Views: 10
0 0
Read Time:2 Minute, 1 Second

ପାହାନ୍ତି ପ୍ରହରୁ ରାତି ଅଧଯାଏ
ନିଇତି ମୁଁ ଖଟୁଥାଏ।
ଏଦେଶ ଉନ୍ନତି ପ୍ରଗତି ଦିଗରେ
ସଦା ସହାୟକ ହୁଏ।୦
ଗାଆଁ ପୁରପଲ୍ଲୀ ସହର ନଗର
ଏନେତ୍ର ଦେଖଇ ଯାହା।
ମୁଁ ତାର ନିର୍ମାତା ଯୁଗଯୁଗ ଧରି
ଶୁଣିନି କା ମୁଖୁ ଆହା।
ମୁଣ୍ଡଝାଳ ମୋର ତୁଣ୍ଡରେ ପିଇଛି
ରକତ ଦେଇଛି ଯିଏ।୧
ପାହାନ୍ତି ପ୍ରହରୁ………
ଖରା ବରଷାକୁ ଖାତିରି ନକରି
ପରିଶ୍ରମ ନିତି କରେ।
ନିଜ ଘରକଥା ଭୁଲିଯାଇ ଥାଏ
ବେଳ ଉଛୁରକୁ ଫେରେ।
ଛୁଆପିଲା ମୋର ଜଗିବସି ଥାନ୍ତି
ଖାଇବାକୁ ରାତିଯାଏ।୨
ପାହାନ୍ତି ପ୍ରହରୁ…….
ମଜୁରୀ ଟଙ୍କାରେ ସଉଦା ପତର
ଧରି ବାହୁଡେ଼ ଘରକୁ।
ରୋଷେଇ କରିଣ ଖାଇପିଇ ଶୋଇ
ସକାଳୁ ଯାଉ କାମକୁ।
ଭଙ୍ଗା କୁଡ଼ିଆରେ ଦିନମୋର ଯାଏ
ଅଟ୍ଟାଳିକା ତୋଳୁ ଥାଏ।୩
ପାହାନ୍ତି ପ୍ରହରୁ………..

ଶ୍ରୀରାମ ସାହୁ
ଫୁଲବାଣୀ।କନ୍ଧମାଳ।

Share this :
Next Post

ମୁଁ ଶ୍ରମିକ - ପ୍ରତାପ ଚନ୍ଦ୍ର ମିଶ୍ର

କେମିତି କହିବି ଜୀବନ ଜାତକ ଶ୍ରମିକ ଜନମ ମୋର ସୁରୁଜ ଉଇଁଲେ ଜୀବିକା ଟାଣେ କରିବାକୁ ଯୋଗାଡ଼ ଦିନକର ଆହାର। ପଖାଳ ପିଆଜ ବାଡି ଶାଗ ଭଜା ଲେମ୍ବୁ ଲଙ୍କା ଖାଦ୍ୟ ଜୀବନ ଖୋରାକ ଦିଏ ଏ ହାତ ବିଣ୍ଡି ଶକ୍ତ ଶିରା ପ୍ରଶିରା କୁଶଳୀ ଶ୍ରମିକ ର ପରିଚୟ ଇ ଏ। ଶୀତତାପ ଘରେ ମୁଣ୍ଡ କିଏ ଖଟାଏ ପ୍ରଚଣ୍ଡ ରୌଦ୍ରତାପରେ କାହା ଖଟ ମୁଣ୍ଡାଏ ମୁଁ ମୂଷଳ […]

Subscribe US Now