ଏମିତି ଦିନ କି ହେବ ହେ ହରି – ଗୋପେନ୍ଦ୍ର ସାହୁ

Views: 11
0 0
Read Time:2 Minute, 6 Second

ଏମିତି ଦିନ କି ହେବ ହେ
ଜଗଦୀଶ୍ବର ଶ୍ରୀ ହରି
ଯେବେ ରାଧା ରାଧା ରାଧା ବୋଲି
ପ୍ରାଣେ ସୁଧା ଧାରା ପଡିବ ଝରି
ଏମିତି ଦିନ କି ହେବ ହେ ହରି….।।୦।।
ହୃଦୟପଦ୍ମ ମୋ ଉଠିବ ଫୁଟି
ଅନ୍ଧକାର ମନୁ ଯିବ ଯେ ଛୁଟି
ଧରା ତଳେ ସେବେ ପଡିବି ଲୋଟି
ରାଧା ରାଧା ଗାଇ ଯିବି ସେପାରି
ଏମିତି ଦିନ କି ହେବ ହେ ହରି….।।୧।।
ସେବେ ଛାଡି ସବୁ ଭେଦାଭେଦ
ତୁଟାଇ କେତେ ସହସ୍ର ଖେଦ
ଉଡିବି କାଟି ଷଡ଼ ରିପୁ ଛନ୍ଦ
ଭାସିବି ଶୂନ୍ୟେ ରାଧା ନାମ ଧରି
ଏମିତି ଦିନ କି ହେବ ହେ ହରି….।।୨।।
ସେ ଗୋବିନ୍ଦ ବିଜେ ସର୍ବ ଘଟେ
ସେଇ ସବୁ ଲୀଳା ମାନ ରଟେ
ଦେହ ହାଣ୍ଡି ଭାଙ୍ଗି ସଂସାର ହାଟେ
ମିଳିବି ଶ୍ରୀରାଧା ପଦ ସୁମରି
ଏମିତି ଦିନ କି ହେବ ହେ ହରି….।।୩।।

ଗୋପେନ୍ଦ୍ର ସାହୁ

ଖଲ୍ଲିକୋଟଆର୍ ଏସ୍, କେଶପୁର, ଗଞ୍ଜାମ, ଓଡ଼ିଶା, ୭୬୧୦୨୯

Share this :
Next Post

ଶ୍ରମିକ ଦିବସ - ବାସନ୍ତି ଲତା ଜେନା

ପ୍ରତି ବର୍ଷ ଆସେ ମେ ଏକ ତାରିଖ ଶ୍ରମିକ ଦିବସ ଜାଣ ଶ୍ରମିକଙ୍କ ପାଇଁ ଶ୍ରମ ସିନା ବଡ଼ ଖୁସିରେ ନ କଟେ ଦିନ l୧l ଶ୍ରମ ମୋର ପୂଜା ଶ୍ରମ ମୋର କର୍ମ ଶ୍ରମ ପରା ଧର୍ମ ମୋର ପରିଶ୍ରମ କରି ରୋଜଗାର କଲେ ଚଳେ ମୋ ଘର ସଂସାର l୨l ଆମରି ହାତରେ ଜମି ଚାଷ ହୁଏ ଯୋଗାଉ ଦେଶେ ଆହାର ଖରା ବର୍ଷା ଶୀତ ସବୁକୁ […]

Subscribe US Now