ଶ୍ରମିକ ଦିବସ – ବାସନ୍ତି ଲତା ଜେନା

Views: 15
0 0
Read Time:2 Minute, 48 Second

ପ୍ରତି ବର୍ଷ ଆସେ ମେ ଏକ ତାରିଖ
ଶ୍ରମିକ ଦିବସ ଜାଣ
ଶ୍ରମିକଙ୍କ ପାଇଁ ଶ୍ରମ ସିନା ବଡ଼
ଖୁସିରେ ନ କଟେ ଦିନ l୧l

ଶ୍ରମ ମୋର ପୂଜା ଶ୍ରମ ମୋର କର୍ମ
ଶ୍ରମ ପରା ଧର୍ମ ମୋର
ପରିଶ୍ରମ କରି ରୋଜଗାର କଲେ
ଚଳେ ମୋ ଘର ସଂସାର l୨l

ଆମରି ହାତରେ ଜମି ଚାଷ ହୁଏ
ଯୋଗାଉ ଦେଶେ ଆହାର
ଖରା ବର୍ଷା ଶୀତ ସବୁକୁ ସମ୍ଭାଳୁ
ନ ହେଉ ଶ୍ରମ କାତର l୩l

ଆମରି ହାତରେ କୋଠା ବାଡ଼ି ପୋଲ
କାରଖାନା ଚାଲୁ ଥାଏ
ମୁଣ୍ଡର ଝାଳକୁ ତୁଣ୍ଡରେ ମାରିଣ
ଦେଶର ପ୍ରଗତି ଚାହେଁ l୪l

ଅନ୍ୟ ଘରେ ଯାଇ କାମ କରି ଥାଏ
ବଗିଚା ସଫା କରଇ
ମାଲିକର କଥା ମାନି କାମ କରେ
ଆଳସ୍ୟ କେବେ ନୁହଇଁ l୫l

ଶାଗ ପଖାଳରେ ଦିନ ସରେ ମୋର
ସେଥିରେ ଶାନ୍ତି ମୋହର
ଅଭାବୀ ମଣିଷ ଗରିବୀରେ କଟେ
ତୁଟା ଫୁଟା ଛାତ ମୋର l୬l

ଝାଟି ମାଟି ଘର ନଡା ଛପରରେ
ପିଲା ଛୁଆ ସାଥେ ଥାଏ
ଅନ୍ୟକୁ ଦେଖିଣ ଇର୍ଷା କରେ ନାହିଁ
କର୍ମକୁ ଆଦରି ରହେ l୭l

ଶ୍ରମିକ ଦିବସ ଆଜି ପରା ଭାଇ
ଅଭିନନ୍ଦନର ସୁଅ
ସାରା ଦେଶ ବାସୀ ଶୁଭେଚ୍ଛା ଦିଅନ୍ତି
ସଭିଙ୍କର ମୁଁ ତ ପ୍ରିୟ l୮l

ବାସନ୍ତି ଲତା ଜେନା
ଗାନ୍ଧିନଗର, ନବରଙ୍ଗପୁର

Share this :
Next Post

ଶ୍ରମିକର ଆତ୍ମଲିପି - ଚିନ୍ମୟୀ ମହାପାତ୍ର

ମୁଁ ଶ୍ରମିକଟେ… ସ୍ବେଦବିନ୍ଦୁ ଜଡସଡ଼ ସମଗ୍ର ଶରୀର ଖଟୁଥାଏ ସକାଳରୁ ସଞ୍ଜ.. ରାତି ଓ ପାହାନ୍ତା.., “ଥକିବା “ଶବ୍ଦ କୁ ଭୁଲି ମୁଁ ଯାଇଛି ବୋଲି ଦୁଇ ଓଳି ଦାନା ମୁଠେ ମିଳିଯାଉଛି, କଷ୍ଟେ ମଷ୍ଟେ ଚଳିଯାଉଛି ସଂସାର ନାବଟି.. ବୁଡୁ ବୁଡୁ ପୁଣି ଲାଖିଯାଉଛି କୂଳରେ ll ବେଶୀ କିଛି ନାହିଁ ମୋର.. ସମ୍ପତ୍ତି କହିଲେ ପୁଅ, ଝିଅ ଦିଓଟି ସହ ଘରଣୀ ମୋର.. ତଥାପି ଅଟକି ଯାଏ […]

Subscribe US Now