ଶ୍ରମିକର ଆତ୍ମଲିପି – ଚିନ୍ମୟୀ ମହାପାତ୍ର

Views: 16
0 0
Read Time:4 Minute, 3 Second

ମୁଁ ଶ୍ରମିକଟେ…
ସ୍ବେଦବିନ୍ଦୁ ଜଡସଡ଼ ସମଗ୍ର ଶରୀର
ଖଟୁଥାଏ ସକାଳରୁ ସଞ୍ଜ..
ରାତି ଓ ପାହାନ୍ତା..,
“ଥକିବା “ଶବ୍ଦ କୁ ଭୁଲି ମୁଁ ଯାଇଛି ବୋଲି
ଦୁଇ ଓଳି ଦାନା ମୁଠେ ମିଳିଯାଉଛି,
କଷ୍ଟେ ମଷ୍ଟେ ଚଳିଯାଉଛି
ସଂସାର ନାବଟି..
ବୁଡୁ ବୁଡୁ ପୁଣି ଲାଖିଯାଉଛି କୂଳରେ ll

ବେଶୀ କିଛି ନାହିଁ ମୋର..
ସମ୍ପତ୍ତି କହିଲେ ପୁଅ, ଝିଅ ଦିଓଟି ସହ
ଘରଣୀ ମୋର..
ତଥାପି ଅଟକି ଯାଏ ମୋ ସଂସାର ନାଵ,
ବୁଡିବା, ନବୁଡ଼ିବାର ସଂଦିକ୍ଷଣରେ
ଭାସୁଥାଏ ଏପାଖ ସେପାଖ ll

ମୁଁ ଦିନମଜୁରିଆ..
ଫି ଖଟେ, ଫି ଖାଏ..
ବିଶ୍ରାମ ମୋ ପାଇଁ ସ୍ବପ୍ନ..
ଗୋଟେଥର ଖାଦ୍ୟ ଯୋଗାଡ଼ ହୋଇଗଲେ
ଆରଥରପାଇଁ ମୁଣ୍ଡ ଖାଏ ଚକ୍କର..
କେଜାଣି ଗଣ୍ଡେ ମିଳିବ କି ନା !
ସେ ଭୟରେ ବୁଲୁଥାଏ ମୁଁ,
ଗାଁ ଗଣ୍ଡା ଓ ବଜାର ll

ଶ୍ରମ ପଛେ ପଡୁ..
ଆଗାମୀ କାଲିର ଖାଦ୍ୟ ଯୋଗାଡ଼ ହୋଇଗଲେ..
ମୋ ଘରଣୀ ଓ ଭାତ ହାଣ୍ଡି ଉଭୟେ ଖୁସ,
ଏ ସିନା ନିତିଦିନିଆ ଜୀବନ..
ବାହା ଚୋରା, ପୁଆଣି ଘରକୁ ଲାଗଇ ଚଡକ,
କାରଣ ମୁଁ ଶ୍ରମିକ ll

ସଂଚୟ ଘର ମୋ ଶୂନ,
ଯାହା ମିଳେ ଖାଇଦିଏ..
ଚୋର ତସ୍କରଙ୍କୁ ମୋ ନ ଥାଏ ଭୟ..
ପ୍ରକୃତି କୋଳର ମଣିଷଟେ ମୁଁ
ଖୋଲା ଆକାଶ ତଳର ନିଘୋଡ଼ ନିଦରେ
ନିତି ଜୀଏଁ, ସ୍ବପ୍ନ ଦେଖେ,
ରଙ୍ଗୀନ କରୁଥାଏ ମନକୁ ମନ
ପ୍ରକୃତି କୋଳରେ,
ମନ ପୁରା ନିଦର ଜୁଆରେ ll

ମୁଁ ସୁଖୀ ମଣିଷଟେ..
ଦି ଖଂଡ କପଡା, କଂସାଏ ପଖାଳରେ
ମୋ ଭରପୁର ଜୀବନ..
ନିରୋଳା ପ୍ରେମର ତରୀ ବାହୁଥାଏ
ଦିନୁ ଦିନ..
ଧାର କରଜର ଜୀବନ ଜିଏଁନି ବୋଲି ତ
ମୁଁ ନିତି ଖଟିଖିଆ ମଣିଷଟେ
ଜିଉଁଛି ଖୁଵ ଭଲ ନିଆରା ଜୀବନ l

ଚିନ୍ମୟୀ ମହାପାତ୍ର
ଯୁବ ଜ୍ୟୋତି ହାଇସ୍କୁଲ, ବାମୁର
ଅନଗୁଳ

Share this :
Next Post

ମୁଁ ଶ୍ରମିକ ଟିଏ - କଳ୍ପନା ରାଉତ

କିଏ କହେ ମୋତେ ଦିନ ମଜୁରିଆ କିଏ କହଇ ଶ୍ରମିକ , ଅବିରତ କରେ ଅକ୍ଳାନ୍ତ ଶ୍ରମ ମୁଁ ମନରେ ନ ରଖି ଦୁଃଖ ।।୧ କର୍ମ ଉଦ୍ଦେଶ୍ୟରେ ସକାଳୁ ସକାଳୁ ମୋ ଘରୁ ବାହାରି ଯାଏ, ମଧ୍ୟାହ୍ନ ବେଳର ଭୋଜନ ନିମନ୍ତେ ନାଲି ଚୁଡ଼ା ନେଇଥାଏ ।।୨ ନିରବଚ୍ଛିନ୍ନ ରେ ପରିଶ୍ରମ କରେ ନାହିଁ ଅବଶୋଷ ଗ୍ଳାନି , ପ୍ରତିହତ ମୋତେ କରେ ନା କାହାର କଟୁ କିମ୍ବା […]

Subscribe US Now