ମୁଁ ଶ୍ରମିକ ଟିଏ – କଳ୍ପନା ରାଉତ

Views: 23
0 0
Read Time:3 Minute, 13 Second

କିଏ କହେ ମୋତେ ଦିନ ମଜୁରିଆ
କିଏ କହଇ ଶ୍ରମିକ ,
ଅବିରତ କରେ ଅକ୍ଳାନ୍ତ ଶ୍ରମ ମୁଁ
ମନରେ ନ ରଖି ଦୁଃଖ ।।୧

କର୍ମ ଉଦ୍ଦେଶ୍ୟରେ ସକାଳୁ ସକାଳୁ
ମୋ ଘରୁ ବାହାରି ଯାଏ,
ମଧ୍ୟାହ୍ନ ବେଳର ଭୋଜନ ନିମନ୍ତେ
ନାଲି ଚୁଡ଼ା ନେଇଥାଏ ।।୨

ନିରବଚ୍ଛିନ୍ନ ରେ ପରିଶ୍ରମ କରେ
ନାହିଁ ଅବଶୋଷ ଗ୍ଳାନି ,
ପ୍ରତିହତ ମୋତେ କରେ ନା କାହାର
କଟୁ କିମ୍ବା ଚାଟୁ ବାଣୀ ।।୩

ସ୍ତିରୀ ପିଲା ଛୁଆ ମିଶି ପାଞ୍ଚ ପ୍ରାଣୀ
ରହିଛନ୍ତି ମୋର ଘରେ ,
ମୋ ଶ୍ରମ ଅର୍ଜିତ ମୂଲ୍ୟରେ ଆହାର
ଦିଏ ତାହାଙ୍କ ତୁଣ୍ଡରେ ।।୪

ଅନ୍ୟ ପାଇଁ ଗଢିଅଛି ମୋ ହାତରେ
କୋଠା ଅଟ୍ଟାଳିକା ମାନ,
କୁଟୁମ୍ବ ପୋଷେ ମୁଁ ଭଙ୍ଗା କଚ୍ଚା ଘରେ
ହୋଇ ବଡ଼ ହୀନିମାନ ।।୫

ଓଳିଏ ଖାଇ ମୁଁ ଓଳିଏ ଉପାସେ
ରହିଅଛି ଦିନେ ଦିନେ,
କେତେ କାହା ମୁଖେ ଫୁଟାଇଛି ହସ
ନିରନ୍ତର ଶ୍ରମ ଦାନେ ,।।୬

ଅଳ୍ପରେ ସର୍ବଦା ସନ୍ତୁଷ୍ଟ ରହେ ମୁଁ
ଭୁଜ ରେ ରଖି ଭରଷା ,
ବେସରକାରୀ ବା ସରକାରୀ କାମେ
ଚଳାଏ ମୋର ବେଉସା ।।୭

ଛୁଇଁ ନାହିଁ ମୋତେ ଛଳନା କପଟ
ସାଧାରଣ ମୋ ଜୀବନ,
ସେଥିପାଇଁ ବୋଧେ
ମୋର ସମ୍ମାନାର୍ଥେ
ଆଜିର ଦିନ ପାଳନ ।।୮

ମଇ ମାସ ଏକ ତାରିଖଟି ଆମ
ରାଜ୍ୟେ ଶ୍ରମିକ ଦିବସ,
ହସି ହସାଇବା ଦୁନିଆଁକୁ ଆମେ
ଶ୍ରମିକ ଭାଇଏଁ ଆସ ।।୯

କଳ୍ପନା ରାଉତ
ବ୍ରହ୍ମପୁରା, ବାଙ୍କି, କଟକ

Share this :
Next Post

ଶ୍ରମିକ - ଶୁଭସ୍ମିତା ଦାଶ

ଶ୍ରମ କରି ଗଢେ କୋଠାବାଡି ମୁଣ୍ଡଝାଳ ତୁଣ୍ଡେ ମାରି ଯା ଲାଗି ଦେଖାଉ ଆମେ ଆଭିଜାତ୍ଯର ବହପ ଯା ଲାଗି ଦେଶ ଜାତିର କୀର୍ତ୍ତି ତାଜମହଲ କୋଣାରକ ସେ ଯେ ଶ୍ରମିକ ଶ୍ରମିକ ।। ଶ୍ରମ କରିବାରେ କରେନା ସେ ଲାଜ ତନ-ମନ-ପ୍ରାଣେ ପୂର୍ଣ୍ଣ କରେ କାର୍ଯ୍ଯ ତା ଲାଗି ଗଢା ସମୃଦ୍ଧ ସାମ୍ରାଜ୍ଯ କିନ୍ତୁ ପାଏନା ସେ ତାର ଶ୍ରମ ଧାର୍ଯ୍ଯ ।। ଦିନେ ମାତ୍ର ପାଳି ଦେଇ […]

Subscribe US Now