ଶ୍ରମିକ – ଶୁଭସ୍ମିତା ଦାଶ

Views: 14
0 0
Read Time:3 Minute, 33 Second

ଶ୍ରମ କରି ଗଢେ କୋଠାବାଡି
ମୁଣ୍ଡଝାଳ ତୁଣ୍ଡେ ମାରି
ଯା ଲାଗି ଦେଖାଉ ଆମେ
ଆଭିଜାତ୍ଯର ବହପ
ଯା ଲାଗି ଦେଶ ଜାତିର କୀର୍ତ୍ତି
ତାଜମହଲ କୋଣାରକ
ସେ ଯେ ଶ୍ରମିକ ଶ୍ରମିକ ।।

ଶ୍ରମ କରିବାରେ କରେନା ସେ ଲାଜ
ତନ-ମନ-ପ୍ରାଣେ ପୂର୍ଣ୍ଣ କରେ କାର୍ଯ୍ଯ
ତା ଲାଗି ଗଢା ସମୃଦ୍ଧ ସାମ୍ରାଜ୍ଯ
କିନ୍ତୁ ପାଏନା ସେ ତାର ଶ୍ରମ ଧାର୍ଯ୍ଯ ।।

ଦିନେ ମାତ୍ର ପାଳି ଦେଇ ଶ୍ରମିକ ଦିବସ
ବାଃ ବାଃ ସାବାସି ନେବାକୁ ସଭିଙ୍କ ଆଶ
ଶ୍ରମିକ ଯାଏ ଦୂରଦେଶେ ଦାଦନ ଖଟି
ପେଟ ମୁଠା ଦାନା ପାଇଁ ଛାଟେ ଭିଟା ମାଟି ।।

ସଭା ସମିତି ଆଲୋଚନା
କବିତା ଗଳ୍ପ ଲେଖି ପାଇ ସମ୍ବର୍ଦ୍ଧନା
ଶ୍ରମିକ ଜୀବନ ବଦଳାଇ ପାରେନା
ଦରକାର ସରକାରଙ୍କ ସାହାଯ୍ଯ ସଚେତନା ।।

ହେ ମୋ ଦେଶର ଭଉଣୀ ଭାଇ
ଶ୍ରମିକ ଯୋଗୁଁ କଳକାରଖାନା
ଆମ ଛୋଟ ବଡ ଅଟ୍ଟାଳିକା
ରହିବାକୁ ବାସ ଦେଶର ଯଶ ମିଳଇ ।।

ଶ୍ରମିକକୁ ଦେବା ସମ୍ମାନ
ଭିଟାମାଟି ଛାଡି ନ କରୁ ସେ ପଳାୟନ
ଆପଣା ଶ୍ରମ କୋଶଳେ ବିକାଶୁ ଆମ ଦେଶ
ତା ପ୍ରଗତିରେ ସହାୟକ ହୋଇ
ଫୁଟାଇବା ତା ମୁଖେ ହସ ।।

ଶ୍ରମିକ ପାଇଁ ଯୋଜନା ଯେତେକ
ନ ହେଉ ବାଟ ମାରଣ
ତା ଖୁସିର ସାଜିବା ସାଥୀ
ହେବାନି ଦୁଃଖର କାରଣ ।।

ଶ୍ରମିକ ଜୀବନ ମହକାଇ
ତା କାମର ଉଚିତ୍ ମୂଲ୍ଯ ଦେଇ
ଜୀବନ ହେବ ତା ସରସ
ତା ଖୁସିରେ ଖୁସି ହୋଇ
ମଇ ଏକ ତାରିଖରେ
ପାଳିବା ଶ୍ରମିକ ଦିବସ ।।

ଶୁଭସ୍ମିତା ଦାଶ
ଭଂଜନଗର

Share this :
Next Post

ଶ୍ରମିକ - ଅର୍ଚ୍ଚନା ପ୍ରୀୟଦର୍ଶୀନୀ

ଅସୁମାରୀ ଆଶା ଦମ୍ଭ କରି ଭରିଦିଏ ନିଶ୍ବାସ ବଞ୍ଚିବାର ଏ ପ୍ରୟାସ ଆହୁଲେ କଟିଯାଏ ଦିବସ। ନ ଭୁଞ୍ଜି ବି ଗର୍ଭ ପୂର୍ଣ୍ଣ କୁହେ ଅନ୍ତଃଜ୍ବାଳାରେ ବି ମନ ଗୀତ ଗାଏ ମୁଖର ଉଜ୍ଜଳା ଉଜ୍ଜଳୀତ ହୁଏ ସଂଘର୍ଷର ସାମ୍ନା ପାଇଁ ଯେବେ ପାଦ ଯାଏ ରକ୍ତହୀନ ଶରୀରେ ଶକ୍ତି ଆସିଯାଏ ଦୃଢ କରି ଛାତି ଅଗ୍ରସର ହୁଏ। ମୁଦ୍ରାହୀନ ହସ୍ତରେ ପୋଛି ନୟନ ଲୋତକ ଯୋଦ୍ଧା ବନି ଯୁଦ୍ଧ […]

Subscribe US Now