ଶ୍ରମିକ – ଅର୍ଚ୍ଚନା ପ୍ରୀୟଦର୍ଶୀନୀ

Views: 14
0 0
Read Time:1 Minute, 32 Second

ଅସୁମାରୀ ଆଶା
ଦମ୍ଭ କରି
ଭରିଦିଏ ନିଶ୍ବାସ
ବଞ୍ଚିବାର ଏ ପ୍ରୟାସ
ଆହୁଲେ କଟିଯାଏ ଦିବସ।

ନ ଭୁଞ୍ଜି ବି ଗର୍ଭ ପୂର୍ଣ୍ଣ କୁହେ
ଅନ୍ତଃଜ୍ବାଳାରେ ବି ମନ ଗୀତ ଗାଏ
ମୁଖର ଉଜ୍ଜଳା ଉଜ୍ଜଳୀତ ହୁଏ
ସଂଘର୍ଷର ସାମ୍ନା ପାଇଁ ଯେବେ ପାଦ ଯାଏ
ରକ୍ତହୀନ ଶରୀରେ ଶକ୍ତି ଆସିଯାଏ
ଦୃଢ କରି ଛାତି ଅଗ୍ରସର ହୁଏ।

ମୁଦ୍ରାହୀନ ହସ୍ତରେ ପୋଛି ନୟନ ଲୋତକ
ଯୋଦ୍ଧା ବନି ଯୁଦ୍ଧ କରେ ପ୍ରତିଟି ମୁହୂର୍ତ୍ତ
ଶ୍ରମିକ ଆଖ୍ୟା ଦେଇ ଏ ନୂତନ ସମାଜ
ସଭ୍ୟତାର ଆଳରେ ଗଢି ଚାଲେ ଦେଶ।

ଅର୍ଚ୍ଚନା ପ୍ରିୟଦର୍ଶୀନୀ
କଟକ

Share this :
Next Post

ଶ୍ରମିକ - ଚନ୍ଦନା ମିଶ୍ର

ମୁଁ ଜଣେ ଶ୍ରମିକ କାମହିଁ ଈଶ୍ୱର ପରିଶ୍ରମହିଁ ମୋର କାମ କର୍ତ୍ତବ୍ୟର ମୂଲ୍ୟ ରହିଛି ରହିବ କରୁଥିବି ପ୍ରତିଦିନ ।। କର୍ତ୍ତବ୍ୟର ମୂଲ୍ୟ ଯାହା ହେଉ ପଛେ ନିଜ କାମ ମୁଁ ଛାଡେ ନାହିଁ ପରଧର୍ମ କର୍ମ ଭୟାଵହ ଭାରି କ୍ଷତି ଆଣେ ମୋ ପାଇଁ ।। ନିଷ୍ଠା ଏକାଗ୍ରତା ଆଦର୍ଶର ସହ କରିଥାଏ ମୋର କାମ ନିଜ ବୁଦ୍ଧିବଳ ହେବନାହିଁ କ୍ଷୟ ଆଳସ୍ୟ ହୋଇବ ଦୂର ।। ଉଚ୍ଚ […]

Subscribe US Now