ଶ୍ରମିକ – ଚନ୍ଦନା ମିଶ୍ର

Views: 19
0 0
Read Time:1 Minute, 42 Second

ମୁଁ ଜଣେ ଶ୍ରମିକ କାମହିଁ ଈଶ୍ୱର
ପରିଶ୍ରମହିଁ ମୋର କାମ
କର୍ତ୍ତବ୍ୟର ମୂଲ୍ୟ ରହିଛି ରହିବ
କରୁଥିବି ପ୍ରତିଦିନ ।।
କର୍ତ୍ତବ୍ୟର ମୂଲ୍ୟ ଯାହା
ହେଉ ପଛେ
ନିଜ କାମ ମୁଁ ଛାଡେ ନାହିଁ
ପରଧର୍ମ କର୍ମ ଭୟାଵହ ଭାରି
କ୍ଷତି ଆଣେ ମୋ ପାଇଁ ।।
ନିଷ୍ଠା ଏକାଗ୍ରତା ଆଦର୍ଶର ସହ
କରିଥାଏ ମୋର କାମ
ନିଜ ବୁଦ୍ଧିବଳ ହେବନାହିଁ କ୍ଷୟ
ଆଳସ୍ୟ ହୋଇବ ଦୂର ।।
ଉଚ୍ଚ ନୀଚ ଅବା ଛୋଟ ବଡ଼
ବୋଲି ମୋ କାମର
ପ୍ରଭେଦ ନାହିଁ
କର୍ମରେ ଆଦର୍ଶ ଦେଖାଇବି
ଯଦି ଶାନ୍ତିରେ ପାରିବି ରହି।।

 

ନାମ – ଚନ୍ଦନା ମିଶ୍ର
(ବାଣୀଶ୍ରୀ ଉପାଧ୍ୟାୟ)
ଶ୍ରେଣୀ-ଦଶମ
ଜବହାର ନବୋଦୟ ବିଦ୍ୟାଳୟ
ଜିଲ୍ଲା-ନବରଙ୍ଗପୁର

Share this :
Next Post

ଦାଦନ ଶ୍ରମିକ - ପୁଷ୍ପଲତା ସାହୁ

ଜନ୍ମ ମୋର ଖଟିବା ପାଇଁ ବାପ ଅଜା ଅମଳରୁ ଜମିଦାର, ସାହେବ, ମାଲିକ ପାଖରେ ଖଟି ଖଟି ମୁଣ୍ଡ ଝାଳ ତୁଣ୍ଡେ ମାରି ଜୀବନଟା ବିତି ଯାଇଛି || ଜମିଦାରୀ ମାଲିକ ଆଜି ବିକି ଦେଇଛି ମୋତେ ବିଦେଶରେ ଥିବା ସାହେବ ପାଖେ ଭିଟା ମାଟି ଛାଡି ଘର ସଂସାର କୁ ପଛରେ ପକାଇ ଦାଦନ ଖଟି ବାକୁ ଯାଉଛି || ଜନ୍ମ ମାଟି ସାତ ପର ମୁଠାଏ ଦାନା […]

Subscribe US Now