ଦାଦନ ଶ୍ରମିକ – ପୁଷ୍ପଲତା ସାହୁ

Views: 11
0 0
Read Time:1 Minute, 45 Second

ଜନ୍ମ ମୋର ଖଟିବା ପାଇଁ
ବାପ ଅଜା ଅମଳରୁ
ଜମିଦାର, ସାହେବ, ମାଲିକ
ପାଖରେ ଖଟି ଖଟି
ମୁଣ୍ଡ ଝାଳ ତୁଣ୍ଡେ ମାରି
ଜୀବନଟା ବିତି ଯାଇଛି ||
ଜମିଦାରୀ ମାଲିକ ଆଜି
ବିକି ଦେଇଛି ମୋତେ
ବିଦେଶରେ ଥିବା ସାହେବ ପାଖେ
ଭିଟା ମାଟି ଛାଡି
ଘର ସଂସାର କୁ ପଛରେ ପକାଇ
ଦାଦନ ଖଟି ବାକୁ ଯାଉଛି ||
ଜନ୍ମ ମାଟି ସାତ ପର
ମୁଠାଏ ଦାନା ଖଣ୍ଡିଏ କନା ପାଇଁ
ଆଜି ଦୁନିଆରେ ସାଜିଛି
ମୁଁ ଦାଦନ ଶ୍ରମିକ ||
କିଏ ବୁଝିବ ମୋର ଦୁଃଖ
କିଏ ଫେରେଇ ଦେବ ମୋତେ
ମୋର ଭିଟାମାଟି ଯାହା କୋଳରେ
ଥାଇ ଛାଡ଼ିବି ମୋର ଶେଷ ନିଶ୍ୱାସ
ଆଉ ଦୀର୍ଘ ଶ୍ୱାସ ||

ପୁଷ୍ପଲତା ସାହୁ
ଶିକ୍ଷୟତ୍ରୀ
ଜଗତସିଂହପୁର

Share this :
Next Post

ପ୍ରଭାତ ବନ୍ଦନା - ସୁସ୍ମିତା ଶତପଥି

ହୃଦୟ ମୋର ଭରିଦିଅ ପ୍ରଭୂ ହେ ମୋର ଅନ୍ତରଯାମୀ ପ୍ରତି ପ୍ରଭାତରେ ଚରଣ ବନ୍ଦଇ ତୁମେ ତ ମଙ୍ଗଳକାମୀ। ପକ୍ଷୀ କାକଳୀରେ କୋଇଲି କୁହୂରେ ତୁମ କୁ ପାରୁଚି ଦେଖି ମୃଦୁ ସମୀରଣ ଶୀତଳ ଛୁଆଁ ରେ ଅମୃତ ଦେଇଛ ମାଖି। ପୁଷ୍କ ସମ୍ଭାରରେ ମହକ ଭରିଛ ମହକେ ଧରଣୀ ରାଣୀ କି ସୁନ୍ଦର ସତେ ଚଉଦିଗ ଶୋଭା ଧନ୍ୟ ହେ ତୁମେ ବିନ୍ଧାଣି। ପୂର୍ବାକାଶ ଭେଦି ଆଲୋକର ରାଶି […]

Subscribe US Now