ପ୍ରଭାତ ବନ୍ଦନା – ସୁସ୍ମିତା ଶତପଥି

Views: 27
0 0
Read Time:2 Minute, 15 Second

ହୃଦୟ ମୋର ଭରିଦିଅ ପ୍ରଭୂ
ହେ ମୋର ଅନ୍ତରଯାମୀ
ପ୍ରତି ପ୍ରଭାତରେ ଚରଣ ବନ୍ଦଇ
ତୁମେ ତ ମଙ୍ଗଳକାମୀ।
ପକ୍ଷୀ କାକଳୀରେ କୋଇଲି କୁହୂରେ
ତୁମ କୁ ପାରୁଚି ଦେଖି
ମୃଦୁ ସମୀରଣ ଶୀତଳ ଛୁଆଁ ରେ
ଅମୃତ ଦେଇଛ ମାଖି।
ପୁଷ୍କ ସମ୍ଭାରରେ ମହକ ଭରିଛ
ମହକେ ଧରଣୀ ରାଣୀ
କି ସୁନ୍ଦର ସତେ ଚଉଦିଗ ଶୋଭା
ଧନ୍ୟ ହେ ତୁମେ ବିନ୍ଧାଣି।
ପୂର୍ବାକାଶ ଭେଦି ଆଲୋକର ରାଶି
ଅନ୍ଧକାର ଦିଏ ନାଶି
ଗଗନ ପଵନେ ତୁମ ଛବି ନାଚେ
ପୃଥିବୀ ଉଠଈ ହସି।
ଭସା ବାଦଲ ରେ ବିଜୁଳି ର ଛଟା
ଅନୁପମ କାରିଗରୀ
ଯେତେ ମୁଁ ଦେଖୁଛି ସେତେ ମୁଁ ହଜୁଛି
ଅନ୍ତର ଯାଉଛି ଭରି।
ଚକ୍ଷୁର ପଲକ ହୃଦୟ ସ୍ପଦନ
ଓଠ ତଳେ ଯେତେ ଭାଷା
ତବ ଆଶିଶରେ ଅମୃତ ଝରାଉ
ସଫଳ କର ମୋ ଆଶା
ସବୁରି ପରାଣେ ପୁଲକ ଜଗାଅ
ପ୍ରୀତି ପୁଷ୍ପ ପଡୁ ଝରି
ଜଗତର ଯେତେ କଳୁଷ କାଳିମା
ନିମିଷକେ ନିଅ ହରି।

‌ ସୁସ୍ମିତା ଶତପଥି (ଅଧ୍ୟାପିକା)
‌ ଟ୍ରାଇଡେଣ୍ଡ୍ ଇଂକଲେଜ

Share this :
Next Post

ଫେରିବାର ଅଛି କେହି - ଭାରତୀ ରଥ

ଫେରିବାର ଅଛି କେହି ବସିଛି ତା ବାଟ ଚାହିଁ କେତେଦିନ ଚାହିଁଥିବି ଜାଣେନା ଯାଇନାହିଁ ଅଭିମାନେ ଅବା କେଉଁ ଘୋର ବନେ ଥିଲା ଯାହା ସମୟର ତାଡନା । ଭାବେ ବସି ବେଳେବେଳେ ପୁଅକୁ ଧରି ମୁଁ କୋଳେ ଦେଖିପାରିବ କି ତା’ର ବାପାକୁ ଦାଦନ ସେ ଖଟିବାକୁ ଯାଇଅଛି ବିଦେଶକୁ ସେଦିନୁ ଫେରିନି ଆଉ ଘରକୁ । ଭୂଆସୁଣୀ ଝିଅ ଛାଡି ପଦାକୁ ସେ ଗୋଡ଼ କାଢି ରୋଜଗାର […]

Subscribe US Now