ରଜନୀଗନ୍ଧା ମୁଁ ହେଲି (ଗୀତି କବିତା) – ବାସନ୍ତି ଲତା ଜେନା

Views: 9
0 0
Read Time:2 Minute, 6 Second

ସଦ୍ୟ ସୁବାସିତ ରଜନୀ ଗନ୍ଧାକୁ
ଶେଯ ପରେ ପକାଇଲି
ପ୍ରିୟତମ ଚାହିଁ ରାତି ପାହି ଗଲା
ସାଥି ମୁଖ ନ ଦେଖିଲି
ରଜନୀ ଗାନ୍ଧା ମୁଁ……. (0)

ଛଟପଟ ହେଲି ସାରା ରାତି ମୁଁ ଯେ
ଦେହରେ ଭରିଲା ତାତି
ରଜନୀ ଗାନ୍ଧାର ବାସ ମଉଳିଲା
ପାହିଗଲା ଧୀରେ ରାତି
ଜହ୍ନ ଲୁଚିଗଲା ସୁରୁଜ ଆଲୋକେ
ଯାତନାରେ ଜଳିଗଲି
ରଜନୀ ଗାନ୍ଧା ମୁଁ……(୧)

ଝରକା ଫାଙ୍କରେ ଅନାଇ ରହିଲି
ଅପଲକ ନୟନରେ
କୁହ ସାଥି ତୁମେ କେଉଁଠି ରହିଲ
ଅଶ୍ରୁ ଝରେ ନୟନରେ
ଅଭିସାରିକା ମୁଁ ଶୂନ୍ୟ ବିଛଣାରେ
ପ୍ରୀତି ଲାଗି ଜଳିଗଲି
ରଜନୀ ଗାନ୍ଧା ମୁଁ…….(୨)

କଥା ଦେଇ କଥା ରଖିପାରିଲନି
ଠକି ଦେଲ କାହିଁ ପାଇଁ
ତୁମରି ପ୍ରେମରେ ବାଉଳି ହୋଇଲି
ଆଖିରେ ମୋ ନିଦ ନାହିଁ
ଛଳନା କରିଲ ମୋ ସାଥିରେ ତୁମେ
କେଉଁ ଅପରାଧ କଲି
ରଜନୀ ଗାନ୍ଧା ମୁଁ…….(୩)

ବାସନ୍ତି ଲତା ଜେନା
ଗାନ୍ଧିନଗର, ପୋଷ୍ଟ /ଜିଲ୍ଲା : ନବରଙ୍ଗପୁର

Share this :
Next Post

ମୁଁ ଶ୍ରମିକ ଟିଏ - ପ୍ରତାପ କିଶୋର ରାଉତ

କେହି କଣ ମାପିଛି କେବେ ଶ୍ରମିକ ଦେହରୁ ନିଗିଡି ପଡୁଥିବା ତପ୍ତ ଘର୍ମ ର ଉଷ୍ମତା ?? ଶିରାଳ ବିଣ୍ଡି ବସା ହାତରେ ନିତି ମୁଁ ହିଁ କେବଳ ଗଢିପାରେ ତୁମ ମନ ତଳେ ଲୁଚି ଲୁଚି ବସା ବାନ୍ଧିଥିବା ସ୍ୱପ୍ନ ର କୋଣାର୍କ କୁ, ପେଜ ତୋରାଣି ର ସମୁଦ୍ର ରୁ ନିତି ଜୀଵନ ଜୀବିକା କୁ ଖୋଜୁଥାଏ ସଞ୍ଜ ନଇଁ ଆସେ ସହର ସେ ପଟରେ ପିଠି […]

Subscribe US Now